Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଶତ ପ୍ରତିଶତ ପୁନଃନିଯୁକ୍ତି ଦାବିରେ ଠିକା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା

11/01/2021 at 8:56 PM

ଭଦ୍ରକ ୧୧।୦୧: ଶତପ୍ରତିଶତ ପୁନଃ ନିଯୁକ୍ତି ଦାବିରେ ଠିକା ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଧାରଣାରେ ବସିଥିବା ଠିକା ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଫାର୍ମାସିଷ୍ଟ, ଲାବଟେକ୍ନିସିଆନ, ମଲ୍ଟି ପରପଜ  ମେଲ ଓ ଫିମେଲ କର୍ମଚାରୀ ରହିଛନ୍ତି । ତେବେ କାରୋନା ମହାମାରୀ ସମୟରେ ୧୧୨ଟି ପଦବୀ ପାଇଁ ଫାର୍ମାସିଷ୍ଟ, ଲାବଟେକ୍ନିସିଆନ, ମଲ୍ଟି ପରପଜ ମେଲ ଓ ଫିମେଲ ପଦବୀରେ ନିଯୁକ୍ତି ଦିଆଯାଇଥିଲା।

ତେବେ ପରେ ସେମାନଙ୍କୁ ଛଟେଇ କରାଯିବାରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପୁନଃ ନିଯୁକ୍ତି ନେଇ ଆବେଦନ କରିଥିଲେ । ମାନ୍ୟବର କୋର୍ଟ ଏନେଇ ନିଜ ରାୟ ଦେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ୨୫ ଶତକଡା ନିଯୁକ୍ତି ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସମସ୍ତ ଠିକା କର୍ମଚାରୀ ଶତପ୍ରତିଶତ ପୁନଃ ନିଯୁକ୍ତି ଦାବି ନେଇ ଭଦ୍ରକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

   Related Posts