ଲଗାତାର ଦ୍ୱିତୀୟ ବର୍ଷ କ୍ଷତିରେ କଞ୍ଜ୍ୟୁମର କମ୍ପାନୀ , ଏୟାରକଣ୍ଡିସନର, ଫ୍ରିଜ, କୋଲ୍ଡ ଡ୍ରିଙ୍କସ ଓ ଆଇସକ୍ରିମ ବିକ୍ରି ହ୍ରାସ

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨।୫: ଦେଶରେ କରୋନା ପ୍ରକୋପ ଲଗାତାର ଦ୍ୱିତୀୟ ବର୍ଷ କଞ୍ଜ୍ୟୁମର କମ୍ପାନୀମାନଙ୍କୁ କ୍ଷତିରେ ପକାଇଛି। ଦେଶରେ ରେଫ୍ରିଜେରେଟର, ଏୟାରଣ୍ଡିସନର, କୋଲ୍ଡ ବିଭରେଜ ଓ ଆଇସ୍‌ କ୍ରିମ ସମର କ୍ୟାଟେଗରୀ ବିକ୍ରିରେ ଭାରି ହ୍ରାସ ଦେଖାଯାଇଛି।  ଏପ୍ରିଲ-ମେ ୨୦୧୯ରେ ଏହି ସବୁ ସାମଗ୍ରୀ ଯେତିକି ବିକ୍ରି ହୋଇଥିଲା୨୦୨୧ ମସିହାର ଏହି ସମୟରେ ବିକ୍ରି ଅଧାରୁ ବି ଅଧିକ ହ୍ରାସ ହୋଇଛି।

{"id":451673,"sizeSlug":"large","linkDestination":"none"}

କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଦେଶରେ ଲୋକଙ୍କୁ ଘରେ କବାଟ କିଳିରହିବାକୁ ବାଧ୍ୟ କରିଛି। ପ୍ରମୁଖ ସହରାଞ୍ଚଳରେ ଲକଡାଉନ ଘୋଷଣା ଦୋକାନ ବଜାର ଦିନଦିନ ବନ୍ଦ ରହିବା ବିକ୍ରି ହ୍ରାସର କାରଣ ପାଲଟିଛି। ଚଳିତବର୍ଷ ମହାମାରୀର ପ୍ରଭାବ ଦେଶର ଗ୍ରାମୀଣ ବଜାରରେ ମଧ୍ୟ ଅନୁଭୂତ ହେଉଛି। କରୋନା ଯୋଗୁ ଗ୍ରାମାଞ୍ଚଳରେ ଲୋକେ କୋଲ୍ଡ ଡ୍ରିଙ୍କସ୍‌ ଓ ଆଇସ୍‌କ୍ରିମ୍‌କୁ ସତର୍କ ରହିଛନ୍ତି। ଏଣୁ ଏପ୍ରିଲ ଓ ମେ ମାସ କାରବାର ଦୃଷ୍ଟିରୁ ଏପରି କମ୍ପାନୀଙ୍କ ଲାଗି କ୍ଷତିର ସମୟ ସାବ୍ୟସ୍ତ ହୋଇଛି।

{"id":451674,"width":837,"height":471,"sizeSlug":"large","linkDestination":"none"}

ଗତବର୍ଷ ମଧ୍ୟ ହୋଇଥିଲା ବିକ୍ରି ହ୍ରାସ
ତେବେ କେବଳ ଚଳିତବର୍ଷ ନୁହେଁ, ଗତବର୍ଷ ଦେଶରେ କରୋନା ସଂକ୍ରମଣ କାଳରେ ମଧ୍ୟ ଆଇସ୍‌କ୍ରିମ ଓ କୋଲ୍ଡଡ୍ରିଙ୍କସ ବିକ୍ରି ହ୍ରାସ ହୋଇଥିଲା। ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ବିକ୍ରି ଆଦୌ ନାହିଁ କହିଲେ ଚଳେ। ଏଣୁ କମ୍ପାନୀମାନେ ୨୦ ରୁ ୨୫ ହଜାର କୋଟି ଟଙ୍କାର କ୍ଷତି ଆଶଙ୍କା କରୁଛନ୍ତି। ତେବେ ରେଫ୍ରିଜେରେଟର ଓ ଏୟାର କଣ୍ଡିସନ ବଜାର ଏପରି ବିକ୍ରି ହ୍ରାସରୁ ସାମାନ୍ୟ ମୁକ୍ତ ରହିଛି।

{"id":451677,"width":837,"height":627,"sizeSlug":"large","linkDestination":"none"}

ଏପ୍ରିଲ ଓ ମେଁରେ ହୋଇଛି ଭଲ ବିକ୍ରି
ରେଫ୍ରିଜେରେଟର ଓ ଏୟାର କଣ୍ଡିସନର ଏପ୍ରିଲ ପ୍ରାରମ୍ଭିକ ସପ୍ତାହ ଓ ମେ ମାସରେ ଭଲ ବିକ୍ରି ହୋଇଥିବା ଗୋଦରେଜ ଆପ୍ଲାଏନ୍ସେସ୍‌ ବିଜନେସ୍ ହେଡ କମଲ ନନ୍ଦି ଇକୋନମିକ୍ସ ଟାଇମ୍ସକୁ ଏକ ସାକ୍ଷାତକାରରେ କହିଥିଲେ। ଗତବର୍ଷ ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ ଜାରି ହୋଇଯାଇଥିଲା। ହେଲେ ଚଳିତବର୍ଷ ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ସତ୍ତ୍ୱେ ଜାତୀୟ ଲକଡାଉନ୍‌ ହୋଇନି। ପୃଥକପୃଥକ ରାଜ୍ୟ ଅଲଗା ଅଲଗା ଲକଡାଉନ କରିବା ମୋଟ ବ୍ୟବସାୟକୁ ସେପରି ପ୍ରଭାବିତ କରିନଥିବା କୁହାଯାଇଛି। ଏଥିରେ ଯଦି ମେ ମାସରେ ସମ୍ପୂର୍ଣ୍ଣ ବିକ୍ରି ବନ୍ଦ ରହେ ତେବେ ରେଫ୍ରିଜେରେଟର ଓ ଏୟାର କଣ୍ଡିସନର କମ୍ପାନୀଙ୍କୁ ଅନୁନ୍ୟ ୧୦ ହଜାର କୋଟି ଟଙ୍କାର କ୍ଷତିରେ ପଡିବ ବୋଲି ପୂର୍ବାନୁମାନ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.