Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଉତ୍ତରପ୍ରଦେଶ ନିର୍ବାଚନ: ବଡ଼ ଘୋଷଣାର ଗୋଟିଏ ଦିନ ପରେ ଶିବସେନାର ୟୁଟର୍ଣ୍ଣ

12/09/2021 at 5:39 PM

ମୁମ୍ବାଇ ୧୨/୦୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶିବସେନା ସମସ୍ତ ସିଟ୍‌ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲା । ଠିକ୍‌ ଏହାର ଗୋଟିଏ ଦିନ ପରେ ରବିବାର ନିଜ କଥାରୁ ଓହରି ଯାଇଛି ଦଳ। ମହାରାଷ୍ଟ୍ର ରାଜନୀତିରେ ୨୫ ବର୍ଷ ପର୍ଯ୍ୟନ୍ତ ବିଜେପିର ସହଯୋଗୀ ଥିବା ଶିବସେନା ଆସନ୍ତା ବର୍ଷ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା। କିନ୍ତୁ କେତୋଟି ସିଟ୍‌ରେ ଶିବସେନା ପ୍ରାର୍ଥୀ ଦେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ଉତ୍ତରପ୍ରଦେଶରେ ପାର୍ଟି କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଅନୁସାରେ, ୟୁପି ନିର୍ବାଚନରେ ଶିବସେନା ୧୦୦ ସିଟ୍‌ରେ ପ୍ରାର୍ଥୀ ଦେବ। ଶିବସେନା ସାଂସଦ ଏଏନଆଇକୁ କହିଛନ୍ତି, ଉତ୍ତରପ୍ରଦେଶର ୪୦୩ ସିଟ୍‌ରୁ ଆମେ ପାଖାପାଖି ୧୦୦ ସିଟ୍‌ରେ ଲଢ଼ିବୁ। ଗୋଆରେ ୨୦ ସିଟ୍‌ରେ ପ୍ରାର୍ଥୀ ଦେବୁ ଏବଂ ମେଣ୍ଟ ମଧ୍ୟ ହୋଇପାରେ।

ଗତକାଲି ଉତ୍ତରପ୍ରଦଶେ ଶିବସେନା କାର୍ଯ୍ୟାଳୟ ପକ୍ଷରୁ ଆଗାମୀ ନିର୍ବଚନରେ ସମସ୍ତ ସିଟ୍‌ରୁ ଦଳ ଲଢ଼ିବ ବୋଲି ଘୋଷଣା କରାଯାଇଥିଲା। ତେବେ ପ୍ରକୃତରେ ଶିବସେନା କେତୋଟି ସିଟ୍‌ରେ ପ୍ରାର୍ଥୀ ଦେବ ସେନେଇ ସସପେନ୍ସ ଜାରି ରହିଛି। ସମସ୍ତ ସ୍ଥାନରେ ସଙ୍ଗଠନ ମଜଭୁତ କରିବା ପାଇଁ ସଂଯୋଜକ ନିଯୁକ୍ତ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ୟୁପିରେ କୌଣସି ଦଳ ସହ ମେଣ୍ଟ ହୋଇପାରେ ବୋଲି ଶିବସେନା ପକ୍ଷରୁ କୁହାଯାଇଛି ।  

   Related Posts