Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ସ୍ନାନ ଯାତ୍ରାରେ ୩ ଦିନ ଧରି ପୁରୀରେ ଜାରି ରହିବ ୧୪୪ ଧାରା: ହାଇକୋର୍ଟ

2/06/2020 at 3:46 PM

ପୁରୀ୨/୬: ହାଇକୋର୍ଟରେ ରଥଯାତ୍ରା ସମ୍ପର୍କିତ ଜନସ୍ବାର୍ଥ ମାମଲା।  ସ୍ନାନ ଯାତ୍ରା ପାଇଁ ୩ ଦିନ ଧରି ପୁରୀରେ ୧୪୪ ଧାରା ଜାରି ହେବ । ଆଜି ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ବଲୱନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ୧୪୪ ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ଲାଗୁ କରାଯିବ।

ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ। କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଶ୍ରୀମନ୍ଦିର ଭିତରେ କରାଯିବ। ଜଗଦଗୁରୁଙ୍କ ପରାମର୍ଶ କ୍ରମେ ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ।

ଏପଟେ ଘୋଷଯାତ୍ରା ପାଇଁ ଜୋର ସୋରରେ ଆଗେଇ ଚାଲିଛି ରଥକାମ । ଆଜି ୩ ଠାକୁରଙ୍କ ରଥରେ ଉଠିଲା ଚାରିନାହାକ। ଉଠାଯିବାର ବିଧି ସମ୍ପନ୍ନ ହୋଇଛି । ଏବେ ରଥରେ ଗୟଳ ସଂଯୋଗ କାର୍ଯ୍ୟ ଚାଲିଛି । ନନ୍ଦିଘୋଷ ରଥରେ ୧୨ଟି ଗୟଳ, ତାଳଧ୍ବଜରେ ୧୨ଟି ଓ ଦେବଦଳନରେ ୮ଟି ଗୟଳ ସଂଯୋଗ କରାଯାଉଛି। ଛନ୍ଦା ଗୟଳ ଓ ପୋଲ ଗୟଳକୁ ରଥରେ ସଂଯୋଗ କରୁଛନ୍ତି ବିଶ୍ବକର୍ମା। 

   Related Posts