Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଯାଜପୁର ଜିଲ୍ଲାର ୫ଟି ବ୍ଲକର ୧୩ଟି ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍

23/05/2020 at 9:08 AM

ଯାଜପୁର ୨୩।୫: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ହୁ ହୁ ହେଇ ବଢି ଚାଲିଛି ସେହିପରି ଆକ୍ରାନ୍ତ ସୁସ୍ଥ ହୋଇ ଫେରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଯାଜପୁର ଜିଲ୍ଲାରେ ୨୨୫ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁ ଥିବା ବେଳେ ୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୭୧ ଜଣ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଅଞ୍ଚଳରୁ ନୂଆ କରି ପଜିଟିଭ ଚିହ୍ନଟ ବାହାରି ନଥିବାରୁ ସେହି ଅଞ୍ଚଳରୁ କଣ୍ଟେନମେଣ୍ଟ ଉଠାଇ ଦିଆଯାଇଛି । ତେବେ ଶୁକ୍ରବାର ମଧ୍ୟରାତ୍ରିରୁ ୫ଟି ବ୍ଲକର ୧୩ଟି ଅଞ୍ଚଳରୁ ଉଠାଇ ଦିଆଯାଇଛି ।

ସେଗୁଡିକ ହେଲା ଯାଜପୁର ବ୍ଲକର ପଣସା, ନାଥସାହି, ବାସୁଦେବପୁର, ଦସରଥପୁର ବ୍ଲକର ମହାନ୍ତିପାଟଣା, ଡାହାଣହତା, କଟିକଟା, ବିରିଜାପୁର କୋଦେଇବାଟି, ବିଞ୍ଝାରପୁର ବ୍ଲକ କଲ୍ୟାଣ ପୁର, ବରୀ ବ୍ଲକର ତଳ କାଇପଡା, ଉଦୟନାଥପୁର, ବାଇଁସିରିଆ । ସେହିପରି ରସଲପୁର ବ୍ଲକର ସଦାନନ୍ଦପୁର, ନଠୁଆ ବର । ତେବେ ଶୁକ୍ରବାର ସୁଦ୍ଧା ୯୯୭୭ ଜଣ ପ୍ରବାସୀ ଓଡିଆ ଜିଲ୍ଲାରେ ପହଞ୍ଚିଥିବାର ସୂଚନା ।

   Related Posts