Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଫୁଲବାଣୀ ସହରରୁ ହଟିଲା କଣ୍ଟେନମେଣ୍ଟ, ଜାରି ରହିବ ଲକ୍‌ଡାଉନ୍‌ କଟକଣା

5/08/2020 at 2:31 PM

ଫୁଲବାଣୀ ୦୫।୦୮: କନ୍ଧମାଳ ସଦର ମହକୁମା ଫୁଲବାଣୀ ସହରରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ଜିଲ୍ଲା ପ୍ରଶାସନ ଆଜିଠାରୁ ହଟାଇ ଦେଇଛି। ସହରର ୪ଟି ଅଞ୍ଚଳ ତୋଟାସାହି, ନୁଆ ସାହି, ଶଗଡିଆ ସାହି ଓ ମୋଚିସାହିରେ ପୂର୍ବ ଭଳି କଣ୍ଟେନମେଣ୍ଟ ଜୋନ୍‌ ରହିବ।

ତେବେ କଣ୍ଟେନମେଣ୍ଟ ହଟିଥିଲେ ମଧ୍ୟ ସହରରେ ଲକଡାଉନ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ପରିବା, ଗ୍ରୋସେରୀ, କ୍ଷୀର ଦୋକାନ ସକାଳ ୭ରୁ ୧ଟା ପର୍ଯ୍ୟନ୍ତ ଖୋଲିବ ରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଦିନ ସାରା ଖୋଲି ପାରିବ। ତେବେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ କୁହାଯାଇଛି । ଯିଏ ଏଥିରେ ଖିଲାପ କରିବ ତାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ଜୁନ୍ ୨୨ତାରିଖରୁ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଦୀର୍ଘ 15 ଦିନରୁ ଅଧିକ ସମୟ ଧରି ଅବରୋଧ ହୋଇ ରହିଥିବା ସହରବାସୀ ନାହିଁ ନଥିବା ଅସୁବିଧା ହେଉଥିଲା। ସହରରେ ଅସନ୍ତୋଷ ବଢିବା ସହ କଣ୍ଟେନମେଣ୍ଟ ହଟାଇବାକୁ ଦାବି ଜୋର ଧରିଥିଲା।

   Related Posts