ବଢୁଛି ସଂକ୍ରମଣ, କିଛି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

Published By : Prameya-News7 Bureau | May 11, 2021 IST

ଆଠମଲ୍ଲିକ ୧୧।୦୫: କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳକୁ କଟକଣା ଯୁକ୍ତ ଘୋଷଣା କରାଯାଇଛି । ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।

ଖବର ଅନୁଯାୟୀ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ଓ ୯ ନମ୍ବର ୱାର୍ଡକୁ ପ୍ରଶାସନ ପକ୍ଷରୁ ମେ ୧୦ ତାରିଖରୁ ମେ ୧୬ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି | ଏହି ୨ ୱାର୍ଡରେ କରୋନା ସଂକ୍ରମଣ ବୃଦ୍ଧିପାଇଥିବା କାରଣରୁ ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଠମଲ୍ଲିକ ସହରରେ ଏହି  ପଦକ୍ଷେପ ନିଆଯାଇଛି।  ସେହିପରି କିଶୋରନଗର ବ୍ଲକର ଧଉରାପାଲି ଏବଂ ଆଠମଲ୍ଲିକ ବ୍ଲକର ଠାକୁରଗଡ, ପାଇକସାହି .ହଣ୍ଡପା, ମାଧପୁର ପଞ୍ଚାୟତର କିଛି ଅଞ୍ଚଳକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌  ଭାବେ ଘୋଷଣା କରାଯାଇଛି । ଏନେଇ ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.