ଝାରସୁଗୁଡାରେ ବର୍ଷକର ଶିଶୁକୁ କରୋନା : ଦୁଇ ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
23/05/2020 at 7:24 AM

ଝାରସୁଗୁଡା ୨୩।୫: ଝାରସୁଗୁଡା ଜିଲ୍ଲାରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ଷକର ଶିଶୁ କନ୍ୟା କରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ।
Two more asymptomatic cases are tested COVID positive.
— DM_Jharsuguda (@dm_jharsuguda) May 22, 2020
1-One year old girl child is of the same family of Mangal Bazar, Jharsuguda. The family is in home quarantine and under our constant vigilance
2-A forty year old male,returnee from Maharashtra is institutionally quarantined pic.twitter.com/4rdYcnipYl
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ମଙ୍ଗଳବଜାର ଅଞ୍ଚଳର ସଂପୃକ୍ତ ଶିଶୁ ଏବଂ ୪୦ ବର୍ଷ ବୟସ୍କ ଜଣଙ୍କ ମହାରାଷ୍ଟ୍ରରୁ ଫେରି ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟାଇନରେ ଥିଲେ । ସଂପୃକ୍ତ ଅଞ୍ଚଳରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହେବାପରେ ବ୍ରଜରାଜ ନଗରର ହିଲଟପ ଅଞ୍ଚଳ ଏବଂ ମଙ୍ଗଳବଜାରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
A very small part of Mangal Bazar and the TMC at DAV School, Hill Top, Brajarajnagar are hereby declared as zones of containment. There may be a little inconvenience for few resident families of Mangal Bazar, Jharsuguda. pic.twitter.com/YlvBLyH0qc
— DM_Jharsuguda (@dm_jharsuguda) May 22, 2020
କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବା ଫଳରେ ଝାରସୁଗୁଡା ମଙ୍ଗଳବଜାରରେ ବାସ କରୁଥିବା କିଛି ପରିବାର ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବେ ।
ପୂର୍ବରୁ ଶୁକ୍ରବାର ଦିନ ଝାରସୁଗୁଡାରୁ ୫ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିଶୁ ନିଜ ପରିବାର ସହ ଆଗ୍ରାରୁ ଫେରିଥିଲେ । ତେବେ ବାହାର ରାଜ୍ୟରୁ ଆସିଥିବାରୁ ଶିଶୁଟିର ସ୍ବାବ୍ ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଥିଲା ।