ପଣ୍ୟବାହୀ ଜାହାଜରେ ଅଗ୍ନିକାଣ୍ଡ, ଶ୍ରୀଲଙ୍କା ନୌସେନା ଦ୍ୱାରା ୨ ଭାରତୀୟଙ୍କ ସମେତ ୨୫ ଚାଳକ ଦଳ ସଦସ୍ୟ ଉଦ୍ଧାର

Published By : Prameya-News7 Bureau | May 25, 2021 IST

କଲମ୍ବୋ ୨୫।୫: ଭାରତରୁ ଶ୍ରୀଲଙ୍କା ଯାଉଥିବା ଏକ କାର୍ଗୋ ସିପ୍‌ରେ ମଙ୍ଗଳବାର ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଜାହାଜର ନାଇଟ୍ରିକ୍ ଏସିଡ ଟାଙ୍କିରେ ବିସ୍ଫୋରଣ ଯୋଗୁ ନିଆଁ ଲାଗିଯାଇଥିବା ବେଳେ ଶ୍ରୀଲଙ୍କା ବାୟୁସେନା ଓ ନୌସେନା ମିଳିତ ଉଦ୍ଧାର ଓ ଅଗ୍ନିସମନ ଅଭିଯାନ ହାତକୁ ନେଇ ସମସ୍ତ ଚାଳଦଳ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି। ଚାଳକ ଦଳଙ୍କ ମଧ୍ୟରେ ୨ ଜଣ ଭାରତୀୟ ମଧ୍ୟ ଅଛନ୍ତି ଓ ଉଭୟ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି।

{"id":457001,"width":836,"height":469,"sizeSlug":"large","linkDestination":"none"}

ସୌନ୍ଧର୍ଯ୍ୟ ପ୍ରସାଧାନ ପ୍ରସ୍ତୁତି ନିମନ୍ତେ ପଣ୍ୟବାହୀ ଜାହାଜ ‘ଏମଭି ଏକ୍ସପ୍ରେସ ପର୍ଲ’ ରସାୟନ ଓ ଅନ୍ୟ କଞ୍ଚାମାଲ ନେଇ କଲୋମ୍ବୋ ପୋର୍ଟ ଯାଉଥିବା ବେଳେ ମେ ୨୦ ତାରିଖ ଦିନ ଦୁର୍ଘଟଣାର ଶିକାର ହୋଇଥିଲା। ଜାହାଜରେ ନିଆଁ ଲାଗିଥିବା ନେଇ ସୂଚନା ଦେବାରୁ ଶ୍ରୀଲଙ୍କା ନୌସେନା ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୁର୍ଘଟଣା ଯୋଗୁ ଜାହାଜଟି ସେହିଠାରେ ଲଙ୍ଗର ପକାଇ ଅଟକି ରହିଥିବା ବେଳେ ମଙ୍ଗଳବାର ସକାଳେପୁଣି ଅଗ୍ନିକାଣ୍ଡ ଘଟିଛି।

{"id":457002,"width":838,"height":554,"sizeSlug":"large","linkDestination":"none"}

ଦୁର୍ଘଟଣାରେ ୨ ଭାରତୀୟ ନାବିକ ଆହତ ହୋଇଛନ୍ତି। ସେମାନଙ୍କୁ କଲମ୍ବୋ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାହାଜରେ ଥିବା ୨୫ ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ୨ ଭାରତୀୟଙ୍କ ସମେତ ଫିଲପାଇନସ, ଚୀନ୍‌ ଓ ଋଷିଆ ନାଗରିକ ମଧ୍ୟ ଅଛନ୍ତି। ଜାହାଜଟି ଗୁଜରାଟ ହଜିରାରୁ କଲମ୍ବୋ ଯାଉଥିବା ବେଳେ ଉପକୂଳରୁ ୯.୫ ମାଇଲ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.