ଗୋରୁ ବୋଝେଇ ଗାଡି ଜବତ : ୭୦ରୁ ଅଧିକ ଗୋରୁ ଉଦ୍ଧାର, ୨କଣ୍ଟେନର ଜବତ
19/07/2020 at 10:15 AM

ସୋର ୧୯।୦୭: ବେଆଇନ୍ ଚାଲାଣ ବେଲେ ୭୦ରୁ ଅଧିକ ଗୋରୁ ଉଦ୍ଧାର । ବାଲେଶ୍ୱର ଜିଲ୍ଲାରୁ ସିମୁଳିଆ ଥାନା ବେଗୁନିଆ ଗାଁରୁ ଉଦ୍ଧାର ହୋଇଛି । ୨ଟି କଣ୍ଟେନର ମଧ୍ୟ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିବାର ଖବର ସିମୁଳିଆ ଥାନା ପୋଲିସ ଖବର ପାଇଥିଲା । ଖବର ପାଇ ପୋଲିସ ଚଢାଉ କରିଥିଲା . ଏବଂ ୨ଟି କଣ୍ଟେନରରୁ ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି । ତେବେ ଉଦ୍ଧାର ହୋଇଥିବା ଗୋରୁଙ୍କୁ ନିକଟରେ ଥିବା ଏକ ପଡିଆରେ ରଖାଯାଇଛି ।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021