Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଠାବ ହେଲା କଣ୍ଟେନର : ସେଥିରେ ଥିଲେ ବାଲେଶ୍ୱରର ଏକ ପେପର ମିଲର କର୍ମଚାରୀ, ଆତଙ୍କିତ ନ ହେବାକୁ ସୁଚାଇଲେ ଭଦ୍ରକ ଏସପି

23/04/2020 at 6:12 PM

ଭଦ୍ରକ ୨୩/୦୪ : କଣ୍ଟେନରରେ ଲୋକ ଆସିବା ଘଟଣାରେ ଭଦ୍ରକ ପୋଲିସ ସ୍ପଷ୍ଟିକରଣ ଦେଇଛନ୍ତି । ଭଦ୍ରକ ପୋଲିସ କଣ୍ଟେନର ଠାବ କରିଛନ୍ତି । କଣ୍ଟେନର ଟି ବାଲେଶ୍ୱରର ଏକ ପେପର ମିଲ ଡ୍ରାଇଭର ମାନଙ୍କୁ ନେଇ ଭଦ୍ରକ ଆସୁଥିବା ନେଇ ପୋଲିସ ସୂଚନା ଦେଇଛି । କଣ୍ଟେନର ଭିତରେ ଲୋକ ଆଣିବା ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହାକୁ ନେଇ ଆତଙ୍କିତ ନହେବାକୁ ପୋଲିସ ଜନତାଙ୍କୁ ସୂଚନା ଦେଇଛି । ଭଦ୍ରକ ଏସପି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଗଳାବାଟି ଦେଇ ଓଡିଶାରେ ପ୍ରବେଶ କରୁଛନ୍ତି ଲୋକ । ଯେତେ ଜଗିଲେ ବି ଯକୌଣସି ଉପାୟରେ ଗଳାବାଟ ଦେଇ ଓଡିଶା ଭିତରେ ପ୍ରବେଶ କରୁଛନ୍ତି ଲୋକ । ରାଜ୍ୟ ବାହାରକୁ ଯାଇଥିବା ଲୋକମାନଙ୍କୁ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ସ୍ଥାନୀୟ ପ୍ରଶାସନର ନିୟମ ମାନିବାକୁ ପଡିବ । କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ଯେକୌଣସି ପନ୍ଥା ଅପଣାଇ ଓଡିଶାରେ ପ୍ରବେଶ କରୁଛନ୍ତି । ଏପରିକି ଲୁଚିଛପି ଟ୍ରକ, କଣ୍ଟେନର ଦେଇ ମଧ୍ୟ ଆସୁବାକୁ ପଛାଉନାହାନ୍ତି । ଏହି କ୍ଷେତ୍ରରେ ଆଜି ଭ୍ରଦକ ଜିଲ୍ଲା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ କଣ୍ଟନରକୁ ଅଟକ ରଖିଥିଲେ ସ୍ଥାନୀୟଲୋକ । ଏବଂ କଣ୍ଟେନର ଖୋଲିବା ମାତ୍ରେ ଏଥିରେ କିଛି ଲୋକ ଲୁଚିକି ଆସୁଥିବା ଜଣାପଡିଥିଲା ।

ସୂଚନାଯୋଗ୍ୟ ଯେ, ଏବେ ବି କଣ୍ଟେନର ଭିତରେ ଲୋକ ଆସୁଛନ୍ତି । ଏମିତି ଏକ କଣ୍ଟେନର ଧରା ପଡିଛି । 16 ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ରାଣୀତାଲ ନିକଟ ରେ ସ୍ଥାନୀୟ ଲୋକେ ଏକ କଣ୍ଟେନରକୁ ଅଟକାଇଥିଲେ । ଏବଂ କଣ୍ଟେନର ଭିତରେ ଥିଲେ ଏକାଧିକ ଲୋକ । ଲୋକଙ୍କ ଗହଳି ଦେଖି ପଳାଇଗଲା ଲୋକ ଭର୍ତ୍ତି କଣ୍ଟେନର ପାଖକୁ । ବାଲେଶ୍ୱର ପଟୁ ଆସୁଥିବା କଣ୍ଟେନର ପଳାଇଲା ଭୁବନେଶ୍ୱର ରାସ୍ତା ରେ । HR55 AD 8574 ମାନେ ହରିୟାଣା ନମ୍ବର କଣ୍ଟେନର ଭିତରେ ଅଛନ୍ତି ଲୋକ ।

   Related Posts