ଚଳନ୍ତା କାର୍ ଉପରେ ପଡିଗଲା ମାର୍ବଲ ଭର୍ତ୍ତି କଣ୍ଟେନର୍: ଚାପି ହୋଇ ୪ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | April 02, 2021 IST

ପାଲି ୦୨/୦୪ : ପଶ୍ଚିମ ରାଜସ୍ଥାନ ପାଲି ଜିଲ୍ଲା ଗୁଡା ଏନ୍ଦଲା ଥାନା ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି। ଜାତୀୟ ରାଜପଥରେ ଚଳନ୍ତା କାର ଉପରେ ମାର୍ବଲ୍ ପଥର ଭର୍ତ୍ତି କଣ୍ଟେନର୍ ପଡିଯିବାରୁ କାରରେ ଥିବା ୪ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ରାଜପଥରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କାରରେ ଯାତ୍ରା କରୁଥିବା ଲୋକେ ଯୋଧପୁରରୁ ଅହମଦାବାଦ ଯାଉଥିଲେ।

{"id":432106,"width":675,"height":452,"sizeSlug":"large","linkDestination":"none"}

ପୋଲିସ ଅଧିକ୍ଷକ କାଲୁରାମ ରାବତ କହିଛନ୍ତି ଯେ ଜାତୀୟ ରାଜପଥ ବାଲାରଇ ଗାଁ ନିକଟରେ ଦୁର୍ଘଟଣା ହୋଇଛି।  କାରରେ ୪ଜଣ ଯୋଧପୁରରୁ ଅହମଦାବାଦ ଯାଉଥିଲେ। ବାଲାରଇ ଗାଁ ଟର୍ଣ୍ଣିଙ୍ଗ ନିକଟରେ ମାର୍ବଲ ଭର୍ତ୍ତି କଣ୍ଟେନର ଡ୍ରାଇଭର ୟୁ ଟର୍ଣ୍ଣ ମାରି କାରକୁ ଓଭରଟେକ କରୁଥିଲା। ସେତେବେଳେ କଣ୍ଟେନର ନିୟନ୍ତ୍ରଣ ହରାଇ କାର ଉପରେ ପଡିଯାଇଥିଲା। ଫଳରେ କାରରେ ଥିବା ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ ପହଞ୍ଚି ମୃତକଙ୍କ ଶବ ହସ୍ପିଟାଲକୁ ପଠାଇଦେଇଥିଲା। ଜାତୀୟ ରାଜପଥରେ ହୋଇଥିବା ଟର୍ଣ୍ଣିଙ୍ଗ ରାଜନେତାଙ୍କ ଚାପରେ ଅବୈଧ ତରିକାରେ ନିର୍ମାଣ ହୋଇଛି ବୋଲି କୁହାଯାଉଛି। ଏହି ସ୍ଥାନରେ ଅନେକଥର ଦୁର୍ଘଟଣା ହୋଇଛି। କିନ୍ତୁ ନେତାଙ୍କ ଚାପ ଯୋଗୁଁ କେହି ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି।

{"id":432104,"sizeSlug":"large","linkDestination":"none"}

ଆଜିର ଦୁର୍ଘଟଣା ପାଇଁ କଣ୍ଟେନର ଡ୍ରାଇଭରଙ୍କୁ ଦୋଷ ଦିଆଯାଇଛି। କାରଣ ସେ ଟ୍ରେଲରରେ ଥିବା କଣ୍ଟେନରକୁ ଭଲ ଭାବେ ବାନ୍ଧି ନଥିଲେ। ରାସ୍ତାରେ ଛିଡା ହୋଇଥିବା ପରିବହନ ଅଧିକାରୀ ଓ ହାଇୱେ ପାଟ୍ରୋଲିଂ ଟିମ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇନଥିଲେ ଯେ କଣ୍ଟେନର ଭଲ ଭାବେ ବନ୍ଧା ହୋଇନାହିଁ। ଯାହାଫଳରେ ୪ଜଣଙ୍କ ନିଜ ଜୀବନ ହାରିବାକୁ ପଡିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.