ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା କଣ୍ଟେନର

Published By : Prameya-News7 Bureau | August 16, 2020 IST

ଭଦ୍ରକ୧୬/୮: ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥରେ ହୁହୁ ହୋଇ ଜଳିଗଲା କଣ୍ଟେନର। ଭଦ୍ରକର ସହାପୁର ଛକ ନିକଟରେ ଥିବା କଣ୍ଟେନରରେ ନିଆଁ ଲାଗି ଗଲା। ନିଆଁ ଲାଗିବା ସମୟରେ କୌଶଳକ୍ରମେ ଗାଡିରୁ ଡ୍ରାଇଭର ଏବଂ ହେଲପର ବାହାରି ଯାଇଛନ୍ତି। ଗାଡିଟିରେ କିପରି ନିଆଁ ଲାଗିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ସହାପୁର ଛକ ନିକଟରେ ଲାଗିଛି ନିଆଁ । ଗାଡିଟି ବାଲେଶ୍ୱର ଆଡକୁ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ,କଣ୍ଟେନରରେ ନିଆଁ ଲାଗିବାରୁ ଡ୍ରାଇଭର ଓ ହେଲପର ପଳାଇଯାଇଥିଲେ । ପରେ ହଠାତ ଗାଡିରୁ  ବିସ୍ପୋରଣ ଭଳି ବିକଟାଳ ଶବ୍ଦ ଶୁଭିବା ସହ ନିଆଁ ଜୋରରେ ଉପରୁ ଉଠୁଥିଲା । ଭଦ୍ରକ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଛି । ତେବେ ରାଜପଥର ଉଭୟ ପାର୍ଶ୍ଵରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.