ପାକିସ୍ତାନରେ ମିଳିଲା କୋଭିଡର ସଂକ୍ରାମକ ସ୍ୱରୁପ, B.1.617ର ପ୍ରଥମ ମାମଲା ଚିହ୍ନଟ

Published By : Prameya-News7 Bureau | May 29, 2021 IST

ଇସ୍ଲାମାବାଦ ୨୯।୫: କରୋନା ଭାଇରସ ମହାମାରୀର ଭୀଷଣ ସଂକ୍ରାମକ ସ୍ୱରୂପ ବି.୧.୬୧୭ ପାକିସ୍ତାନରେ ଚିହ୍ନଟ ହୋଇଛି। ଦେଶରେ ଭୂତାଣୁର ଉପସ୍ଥିତି ଜଣାପଡିବା ପରେ କଡା ସତର୍କତା ଅବଲମ୍ବନ କରାଯାଉଛି। ଭୂତାଣୁର ଏହି ସ୍ୱରୂପ ଗତବର୍ଷ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଏଣୁ ପାକିସ୍ତାନ ପଡ଼ୋଶୀ ଦେଶରୁ ଆସୁଥିବା ଲୋକଙ୍କ ଉପରେ ଗତ ଏପ୍ରିଲ ମାସରୁ ପ୍ରତିବନ୍ଧକ ଜାରି କରିଥିଲା। ଏହା ସତ୍ତ୍ୱେ ଭୂତାଣୁ ଭାରିଏଣ୍ଟ ପାକିସ୍ତାନ ପହଞ୍ଚି ଯାଇଥିବା ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ (ଏନଆଇଏଚ୍) କହିଛନ୍ତି।

{"id":458755,"sizeSlug":"large","linkDestination":"none"}

ତେବେ ପାକିସ୍ତାନରେ କରୋନା ଭାଇରସର ଏହା କେବଳ ଗୋଟିଏ ଭାରିଏଣ୍ଟ ନୁହେଁ। ଏହା ପୂର୍ବରୁ ବି.୧.୩୫୧ (ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍)ର୭ଟି ମାମଲା ମଧ୍ୟ ଚିହ୍ନଟ ହୋଇଥିଲା। ସେହିପରି ଭାରତରେ  ପ୍ରକୋପ କରୁଥିବା ବି.୧.୬୧୭.୨ର ମଧ୍ୟ ଗୋଟିଏ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ କରୋନା ତୃତୀୟ ଲହର ଯାଇସାରିଲାଣି। ଏଣୁ ଦେଶରେ ଭୂତାଣୁର ନୂଆନୂଆ ଷ୍ଟ୍ରେନ ସବୁ ଚିହ୍ନଟ ହେବା ଏବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କୁ ଚିନ୍ତାରେ ପକାଇଛି।

{"id":458756,"sizeSlug":"large","linkDestination":"none"}

ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ (ଡିଏଚଓ)ଇସ୍ଲାମାବାଦ ଏବେ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଚିହ୍ନଟ ଓ ସେମାନଙ୍କ କ୍ୱାରେଣ୍ଟାଇନ୍‌ ଲାଗି ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଭାରତରେ ସଂକ୍ରମଣ ବ୍ୟାପିବାମାତ୍ରେ ପାକିସ୍ତାନ ଯାତ୍ରୀ କଟକଣା ଜାରି କରିଥିଲା। ତେବେ ମେ ମାସରେ ଥାଇଲ୍ୟାଣ୍ଡରୁ ଆସିଥିବା କିଛି ଯାତ୍ରୀଙ୍କ ଠାରେ ଭୂତାଣୁର ଏହି ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ଏଣୁ ଏପରି ପର୍ଯ୍ୟଟକ ଓ ଯାତ୍ରୀଙ୍କ ମାଧ୍ୟମରେ ଦେଶ ପୁଣି ଥରେ ସଂକଟରେ ନ ପଡୁ ସେଥିଲାଗି ସ୍ୱାସ୍ଥ୍ୟ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେସିଂ,ଟେଷ୍ଟିଂ ଓ କ୍ୱାରେଣ୍ଟାଇନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.