କରୋନା ମହାମାରୀ ସମୟରେ ଟ୍ରେନ୍ ଟିକେଟ୍ ଚେକିଙ୍ଗ୍ ପାଇଁ ଆରମ୍ଭ ହେଲା ନୂଆ ବ୍ୟବସ୍ଥା, ଏହିଭଳି କରିବ କାମ

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ ୨୩/୦୭ : କରୋନା କାଳରେ ଟ୍ରେନ୍ ଟିକେଟ୍ ଚେକିଙ୍ଗ୍‌କୁ ନେଇ ସମସ୍ୟା ଦେଖା ଦେଇଛି | କଣ୍ଟାକ୍ଟଲେସ୍ ଟିକେଟ୍ ଚେକିଙ୍ଗ୍ ସିଷ୍ଟମ୍ ଲାଗୁ ହେଲେ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ନୂଆ ସୁବିଧା ମିଳିବ | ଯାହାଫଳରେ ଯାତ୍ରୀ କରୋନା ମହାମାରୀ ସମୟରେ ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ଆସିବେନାହିଁ ଏବଂ ଅନ୍ୟ ସୁବିଧାର ଲାଭ ମଧ୍ୟ ଉଠାଇ ପାରିବେ | ରେଳ ଷ୍ଟେସନରେ ପ୍ରଥମେ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଙ୍ଗ୍ ହୋଇଥାଏ ଓ ପରେ ବୋଡିଙ୍ଗ୍ ପ୍ରକ୍ରିୟା ଆରମ୍ଭ ହୋଇଥାଏ |

{"id":304415,"sizeSlug":"large"}

ଟ୍ରେନ୍ ଟିକେଟ୍ ବୁକ୍ କରିବ ସମୟରେ ରେଲୱେ ତରଫରୁ ଏକ QR Code ର URL ଲିଙ୍କ୍, ଏସଏମଏସ ଜରିଆରେ ଯାତ୍ରୀଙ୍କ ମୋବାଇଲକୁ ପଠାଯିବ | ଷ୍ଟେସନରେ ପ୍ରବେଶ କରିବ ସମୟରେ କିମ୍ବା ଟ୍ରେନରେ ଯାତ୍ରା ସମୟରେ ଟିକେଟ୍ ଚେକିଙ୍ଗ୍ ସମୟରେ ଯାତ୍ରୀଙ୍କୁ ଏସ୍‌ଏମ୍‌ଏସ୍‌ରେ ଉପଲବ୍ଧ QR Code ର URL ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ | କ୍ଲିକ୍ କରିବା ମାତ୍ରେ ଯାତ୍ରୀଙ୍କ ମୋବାଇଲ୍ ବ୍ରାଉଜର୍‌ରେ କ୍ୟୁ ଆର୍ କୋଡ଼୍ ଦେଖାଦେବ |

{"id":304416,"sizeSlug":"large"}

ରେଳ ଯାତ୍ରା ସମୟରେ ଟିଟିଇ ଯାତ୍ରୀଙ୍କ ମୋବାଇଲରେ ଦେଖାଯାଉଥିବା କ୍ୟୁଆର୍ କୋଡ଼୍‌କୁ ନିଜ ମୋବାଇଲରେ ସ୍କାନ୍ କରିପାରିବେ | କ୍ୟୁଆର କୋଡ଼୍ ସ୍କାନର ଫ୍ରି ଆପ୍, ଗୁଗଲ୍ ପ୍ଲେ ଷ୍ଟୋର୍ କିମ୍ବା IOS ପ୍ଲେ ଷ୍ଟୋରରୁ ଡାଉନଲୋଡ଼୍ କରିହେବ | ହେଣ୍ଡ୍ ହେଲ୍ଡ୍ ଟର୍ମିନାଲ୍ ଜରିଆରେ ମଧ୍ୟ କ୍ୟୁଆର୍ କୋଡ଼୍ ସ୍କାନ୍ କରିହେବ | ଏହା ଜରିଆରେ ଯାତ୍ରୀଙ୍କ PNR ର ସମସ୍ତ ତଥ୍ୟ ଟିଟିଇଙ୍କ ଫୋନକୁ ଚାଲିଯିବ | 

{"id":304417,"sizeSlug":"large"}

ଭାରତୀୟ ରେଲୱେ ଖୁବ ଶୀଘ୍ର ରିଜର୍ଭ ଟିକେଟ୍ ଯାଞ୍ଚ ପାଇଁ ଏହି ବ୍ୟବସ୍ଥା ସାରା ଦେଶରେ ଲାଗୁ କରିବ | ଏହି ବ୍ୟବସ୍ଥା ଲାଗୁ କରିବାକୁ ଟିକେଟର କ୍ୟୁଆର କୋଡ଼କୁ ଜେନେରେଟ କରିବା ପ୍ରକ୍ରିୟା ଉପରେ କାମ ଚାଲିଛି | ଲଖନଉ ମଣ୍ଡଳର ଗୋରଖପୁର ରେଲୱେ ଜଙ୍କସନରେ ରେଲୱେ ଟିକେଟ କ୍ୟୁଆର୍ କୋଡ଼୍ ସ୍କ୍ରିନିଙ୍ଗ୍ ପାଇଁ ଅଲଗା ସ୍କାନର ଲଗାଇବା କାମ ଚାଲିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.