Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୁଟ୍‌କିରେ ମିଳିବ ମୁଣ୍ଡବ୍ୟଥାରୁ ଉପଶମ : ପାଖରେ ରଖନ୍ତୁ ଅଳେଇଚ

7/04/2020 at 6:45 PM

ମୁଣ୍ଡବ୍ୟଥାର ଅନେକ କାରଣ ରହିଥାଏ ଯେପରିକି ଅଧିକ ସମୟ ଯାଏଁ ଶୋଇବା କିମ୍ବା କମ୍ ସମୟ ଶୋଇଲେ,ନିଦ ପୂରା ନହେବା କାରଣରୁ ମୁଣ୍ଡବ୍ୟଥା ହୋଇଥାଏ। ବେଳେବେଳେ ନିଦ ମଝିରେ ମଝିରେ ଭାଙ୍ଗିଗଲେ ମଧ୍ୟ ମୁଣ୍ଡବ୍ୟଥା ହୋଇଥାଏ।

୧. ଅଳେଇଚକୁ ପେଶି ମସ୍ତିଷ୍କରେ ଲେପ ଦେଲେ ଏବଂ ମଞ୍ଜିକୁ ପେଶି ଶୁଙ୍ଘିଲେ ମୁଣ୍ଡବ୍ୟଥାରୁ ମୁକ୍ତି ମିଳିଥାଏ।

୨. ପାଣି ସହ ଲାଲ ଅଳେଇଚର ଚୋପାକୁ ଘଷି ମୁଣ୍ଡରେ ଲେପ ଦେଲେ ମୁଣ୍ଡବ୍ୟଥା ଭଲ ହୋଇଥାଏ।

୩. ଗୋଟିଏ ବଡ଼ ଅଳେଇଚ,୨ଟି ଛୋଟ ଅଳେଇଚ ଏବଂ ଅଦା ଗ୍ରାମ୍ କର୍ପୁରକୁ ଗୋଲାପ ଜଳରେ ମିଶାଇ ଲେପ ଭଳି ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।

୪. ପାଣି ସହ ଛୋଟ ଅଳେଇଚକୁ ପେଶି ମୁଣ୍ଡରେ ଲେପ ଦେଲେ ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।

୪. ଛୋଟ ଅଳେଇଚକୁ ପେଶି ଶୁଙ୍ଘିବା ଦ୍ବାରା ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।

   Related Posts