ଭୁଲରେ ମଧ୍ୟ ଏପରି ସେବନ କରନ୍ତୁ ନାହିଁ ଲାଉ : ନହେଲେ ଜୀବନ ପ୍ରତି ରହିଛି ବିପଦ

Published By : Prameya-News7 Bureau | October 02, 2019 IST

ଗ୍ରୀଷ୍ମ ଦିନରେ ଲାଉର ଚାହିଦା  ବଢ଼ିଯାଇଥାଏ । ଏହାର ତରକାରୀ ହେଉ କିମ୍ବା ପରଟା କିମ୍ବା ଏହାର ହାଲଓ୍ବା ଖୁବ୍ ସୁଆଦିଆ ଲାଗିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅନେକ ଲୋକ ଲାଉଜୁସ୍ ପ୍ରସ୍ତୁତ କରି ପିଇଥାଆନ୍ତି। କେବଳ ଏତିକି ନୁହେଁ ଏହାର ପକୁଡ଼ି ମଧ୍ୟ ଅତ୍ୟନ୍ତ ସୁଆଦିଆ।

{"id":165533}

ଲାଉର ସେବନ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାର ସେବନ ଆମ ଶରୀରରେ ଆଇରନର ମାତ୍ରା ବଢ଼ାଇଥାଏ। କେବଳ ଏତିକି ନୁହେଁ ଯଦି କାହାକୁ ରକ୍ତର ଅଭାବ ହୋଇଥାଏ ତେବେ ଏଥିପାଇଁ ଲାଉ ଅତ୍ୟନ୍ତ ଉପାଦେୟ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଲାଉ ଜୁସ୍ ଖୁବ୍ ଉପଯୋଗୀ ହୋଇଥାଏ।

{"id":165534}

ଲାଉ ସେବନ କରିବା ଦ୍ବାରା କେବେ ବି ଅଳ୍ପ ବୟସରେ କେଶ ଧଳା ହୋଇନଥାଏ। କେବଳ ଏତିକି ନୁହେଁ ତ୍ବଚାର ଚମକ ବଜାୟ ରଖିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ।

{"id":165535}

ଲାଉ ଦ୍ବାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ସାମାନ୍ୟ ରକ୍ତଚାପ ଉତ୍ତମ ସ୍ବାସ୍ଥ୍ୟର ସଙ୍କେତ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବାବେଳେ ଉଚିତ ଭୋଜନ  ତଥା ଠିକ୍ ସମୟରେ ଲାଉ ରସ ସେବନ ଦ୍ବାରା ଏହାକୁ ସବୁଦିନ ପାଇଁ ନିୟନ୍ତ୍ରଣରେ ରଖାଯାଇପାରିବ।

{"id":165536}

ଯେଉଁ ଲାଉର ସ୍ବାଦ ଅତ୍ୟନ୍ତ କଡ଼ା ହୋଇଥାଏ ତାହା ଆପଣଙ୍କ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ। ଋତୁ ପରିବର୍ତ୍ତନ ହେଲେ କିଛି ଲାଉରେ ଟେରେପେନାୟଡ ନାମକ ବିଷାକ୍ତ ଯୌଗିକ ଜମା ହୋଇଯାଇଥାଏ ଯାହା ସ୍ବାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ ହୋଇଥାଏ।

{"id":165537}

କଞ୍ଚା ଏବଂ କଡ଼ା ଲାଉ ଖାଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହୋଇଥାଏ। ଏପରି ଲାଉ ଖାଇବା ଦ୍ବାରା ଆପଣଙ୍କ ପେଟରେ ଯନ୍ତ୍ରଣା,ବାନ୍ତି  ହୋଇଥାଏ। ଏପରି ହେଲେ ନିକଟସ୍ଥ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ। ବେଳେବେଳେ ଠିକ୍ ସମୟରେ ଚିକିତ୍ସା ନକଲେ ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି।

{"id":165538,"width":588,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.