ବିଷାକ୍ତ ମଦ ପିଇ ଚାଲିଗଲା ୫ଜଣଙ୍କ ଜୀବନ, ୧୫ଗୁରୁତର : ଥାନା ଅଧିକାରୀଙ୍କ ସମେତ ୩ ନିଲମ୍ବିତ

Published By : Prameya-News7 Bureau | January 08, 2021 IST

ବୁଲନ୍ଦସହର ୦୮।୦୧ : ପୁଣି ମଦ ନେଇଗଲା ଜୀବନ । ଉତ୍ତରପ୍ରଦେଶର ବୁଲେନ୍ଦସହରରେ ମଦ ପିଇ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି ।  ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ ପିଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି ।

ଖବରଅନୁଯାୟୀ, ଉତ୍ତରପ୍ରଦେଶର ବୁଲେନ୍ଦସହରରେ ଏହି ଅଘଟଣ ଘଟିଛି । ତଦନ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ମୃତକଙ୍କ ମଧ୍ୟରେ କୋତିବାଳି ବ୍ଲକ ଜୀତଗଡୀ ଗାଁର ସୁଖପାଳ, ସତୀଶ, କଳବା, ସରଜୀତ ରହିଛନ୍ତି । ସେହିପରି ଅନ୍ୟ ୧୫ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପଟେ ବିଷାକ୍ତ ମଦ ପିଇ ଅଜୟ ନାମକ ଜଣେ ବ୍ୟକ୍ତି ନିଜର ଦୃଷ୍ଟି ଶକ୍ତି ହରାଇଛନ୍ତି ।

ସେପଟେ ବୁଲନ୍ଦସହର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଏପରିକି ଦୋଷୀଙ୍କ ବିରୋଦରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ନିକଟରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ୩ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଆଗକୁ ଅଧିକ ତଦନ୍ତ ଜାରି ରହିଛି । ତୁରନ୍ତ ଦୋଷୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.