ମଦ୍ୟପାନର ୨୪ଘଣ୍ଟା ଭିତରେ ଏହି ୭ଟି ଖାଦ୍ୟ ଖାଇଲେ ଡାକ୍ତର ମଧ୍ୟ ବଞ୍ଚାଇପାରିବେ ନାହିଁ
10/02/2019 at 3:46 PM

ସାଧାରଣତଃ ଲୋକେ ମଦ ସହ କିଛି ଚାଖଣା ଖାଇବାକୁ ପସନ୍ଦ କରିଥାନ୍ତି । ଫଳରେ ମଦ୍ୟପାନ ବେଶି କଡା ଲାଗେନି ଓ ଋଚିକର ହୋଇଥାଏ। ଏହା ଦ୍ୱାରା ପାଟିର ସ୍ୱାଦ ମଧ୍ୟ ବଦଳିଥାଏ। ହେଲେ ଏମିତି କିଛି ଜିନିଷ ଅଛି ଯାହା ମଦ ପିଇବା ସହ ଖାଇଲେ ଶରୀର ପାଇଁ କ୍ଷତିକାକରକ ହୋଇଥାଏ।

ତେବେ ଜାଣନ୍ତୁ ଏମିତି କିଛି ଖାଇବା ଯାହା ମଦ ପିଇବା ସହ ଖାଇବା ଅନୁଚିତ୍ । ଅଧିକାଂଶ ଲୋକ ମଦ ପିଇବା ସମୟରେ ଚିନା ବାଦାମ ଖାଇବା ପସନ୍ଦ କରନ୍ତି। ମଦ ପିଇବା ସହ କାଜୁ ମଧ୍ୟ ଖାଆନ୍ତି । କିନ୍ତୁ ମଦ ପିଇବା ସହ ଏହି ଦୁଇଟି ଜିନିଷ ଖାଇବା ଅନୁଚିତ୍। ଏଥିରେ ଅଧିକ ପରିମାଣର କଲେଷ୍ଟ୍ରୋଲ ଥାଏ , ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଶରୀରକୁ ଭାରି କରାଏ।

ସୋଡା ଓ କୋଲଡ୍ରିଙ୍କ ସହ ମଦ ମିଶାଇ ପିଇବା ଉଚିତ ନୁହଁ। ଏହା ଦ୍ୱାରା ଶରୀରରେ ପାଣିର ମାତ୍ରା କମିଯାଏ। ସୋଡା ଓ କୋଲଡ୍ରିଙ୍କ ବଦଳରେ ମଦ ସହ ଫଳରସ କିମ୍ୱା ପାଣି ଏବଂ ବରଫ ମିଶାଇ ପିଇବା ଅପେକ୍ଷାକୃତ କ୍ଷତିକାରକ ହୋଇନଥାଏ। ଛଣା ହେବା ସ୍ନାକ୍ସ ମଦ ପିଇବା ସହ ଖାଇଲେ ପାଟିକୁ ହୁଏ ତ ଭଲ ଲାଗେ କିନ୍ତୁ ସ୍ୱାସ୍ଥ ପାଇଁ କ୍ଷତିକାରକ ହୋଇଥାଏ। ଅଧିକାଂଶ ଲୋକଙ୍କୁ ଏସିଡିଟି ସମସ୍ୟା ଥାଏ। ଏସବୁ ମଦ ସହ ଖାଇବା ଦ୍ବାରା ଏସିଡିଟି ସମସ୍ୟା ବଢିଯାଇଥାଏ ।

ମଦ ପିଇବା ସହ ଚିପ୍ସ ଖାଇଲେ ଅଧିକ ଶୋଷ ଲାଗେ । ଫଳରେ ଲୋକେ ଅଧିକ ମଦ ପିଅନ୍ତି। ଏହି କାରଣରୁ ଅଧିକ ନିଶା ମଧ୍ୟ ହୋଇଥାଏ। ଏହା ଦ୍ୱାରା ଶରୀରର ପାଣି ମାତ୍ରା କମ ହୋଇଯାଏ। ମଦ ପିଇବା ସମୟରେ କୌଣସି ଦୁଗ୍ଧଜାତ ପଦାର୍ଥ ଖାଦ୍ୟ ଖାଇବା ଅନୁଚିତ୍। ଏହା ହଜମ କରିବାକୁ ସମୟ ଲାଗେ ଯାହା ଶରୀରକୁ ଅସୁସ୍ଥ କରିଥାଏ।

ପିଜ୍ଜା ଓ ପାସ୍ତା ଭଳି ଖାଦ୍ୟ ମଧ୍ୟ ମଦ ପିଇବା ସମୟରେ ଖାଇବା ଅନୁଚିତ୍। ମଦ ପିଇବା ସହ କେବେ କୌଣସି ମିଠା ଖାଇବା ଭୁଲ କରିବେ ନାହିଁ । କାରଣ ମିଠା ଖାଇଲେ ମଦର ନିଶା ଦୁଇ ଗୁଣା ଅଧିକ ହୋଇଯାଏ।

ତେବେ ସମସ୍ତେ ଜାଣି ରଖିବା ଉଚିତ୍ ଯେ ଭାରତୀୟ ପାଣିପାଗରେ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ମଦ୍ୟପାନ ଦ୍ୱାରା ଲିଭର ଖରାପ ହେବା ସହ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥାଏ। ତେଣୁ ମଦ୍ୟପାନକୁ ବର୍ଜନ କରିବା ସବୁଠାରୁ ଭଲ।