ତୁର୍କି ଓ ଇଜିପ୍ଟ ପିଆଜ କିଣୁ ନାହାନ୍ତି ଲୋକେ, ଜାଣନ୍ତୁ କାହିଁକି

Published By : Prameya-News7 Bureau | December 28, 2019 IST

ନୂଆଦିଲ୍ଲୀ ୨୮।୧୨:  ଦେଶରେ ଏବେବି ଦୂର ହୋଇପାରିନି ପିଆଜ ଅଭାବ। ସରକାର ଆବଶ୍ୟକତା ପୂରଣ ଲାଗି ଇଜିପ୍ଟ ଓ ତୁର୍କିରୁ ପ୍ରଚୁର ପିଆଜ ଆମଦାନୀ କରିଛନ୍ତି। ସେ ସବୁ ପିଆଜ ଏବେ ଦେଶର ବିଭିନ୍ନ ବଜାରରେ ମିଳୁଥିବା ବେଳେ ପ୍ରତି କେଜି ଦର ୭୦ରୁ ୮୦ଟଙ୍କାରେ ବିକା ହେଉଛି। ହେଲେ ବଜାରରେ ଲୋକେ ଆମଦାନୀ ପିଆଜ ନ କିଣି ଉଚ୍ଚ ଦରରେ ହେଲେବି ଦେଶୀ ପିଆଜ ଖୋଜି ଖୋଜି କିଣୁଥିବା ଦେଖାଯାଇଛି। ଦିଲ୍ଲୀ ବଜାରରେ ଏବେବି ଦେଶୀ ପିଆଜ କେଜି ପିଛା ଦର ୧୦୦ ଟଙ୍କାରେ ଲୋକେ କିଣୁଥିବା ଦେଖାଯାଉଛି। ଫଳରେ ଆମଦାନୀ ପିଆଜ ବିକ୍ରିକୁ ନେଇ ଚିନ୍ତାରେ ପଡିଛନ୍ତି ବ୍ୟବସାୟୀ।

{"id":203831,"sizeSlug":"large"}

ବାଜରରେ ପିଆଜ ଅଭାବ ସମୟରେ ଇଜିପ୍ଟ ଓ ତୁର୍କି ପିଆଜ ପ୍ରବେଶ କରିଥିଲା। କେଜିପିଛା ଦର ଅପେକ୍ଷା କୃତ କମ୍ ବି ଥିଲା। ହେଲେ ସେ ପିଆଜ ସୁଆଦିଆ ନୁହେଁ ବୋଲି ଏବେ ଲୋକେ କହୁଛନ୍ତି। ଏଣୁ ୨୦/୩୦ ଟଙ୍କା କମ୍ ଲାଗି ସେ ପିଆଜ କାହିଁକି କିଣିବେ ବୋଲି ତର୍କ କରୁଛନ୍ତି। ଏପରିକି ହୋଟେଲ, ଟିଫିନ ଷ୍ଟଲ ଲାଗି ବ୍ୟବସାୟୀମାନେ ଯଦିଓ ଏହି ପିଆଜ କ୍ରୟ କରୁଛନ୍ତି ତେବେ କମ୍ ପରିମାଣର କିଣୁଛନ୍ତି। ସେମାନେ ମଧ୍ୟ ସ୍ୱାଦକୁ ଏହାର କାରଣ ବୋଲି କହୁଛନ୍ତି। 

{"id":203832,"width":574,"height":382,"sizeSlug":"large"}

ଗତ  ଋତୁରେ ଅଧିକ ବର୍ଷା ଯୋଗୁ ଅନେକ ସ୍ଥାନରେ ପିଆଜ ଚାଷ ପ୍ରଭାବିତ ହୋଇଥିଲା। ବ୍ୟବସାୟୀମାନେ ମହଜୁଦ ରଖିଥିବା ପିଆଜ ନଷ୍ଟ ହୋଇଯିବା ଯୋଗୁ ବଜାରରେ ପିଆଜର ଅଭାବ ଦେଖାଦେଇଥିଲା। ଏଣୁ ଲୋକେ ଦରବୃଦ୍ଧି ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ସରକାର ବାଧ୍ୟ ହୋଇ ଇଜିପ୍ଟ, ତୁର୍କି ଓ ଆଫଗାନିସ୍ତାନରୁ ପିଆଜ ଆମଦାନୀ କରିଥିଲେ।

{"id":203833,"width":570,"height":342,"sizeSlug":"large"}

ଏବେ ବଜାରରେ ଉଭୟ ନାଲି, ହଳଦିଆ ଓ ଧଳା ପିଆଜ ମିଳୁଛି। ହେଲେ ବିଦେଶୀ ସ୍ୱାଦ ଯୋଗୁ ଲୋକେ  ପିଆଜ କିଣିବାକୁ ରାଜି ହେଉ ନଥିବାରୁ ଏବେ ଆମଦାନୀ ହୋଇଥିବା ପିଆଜ କଣ ହେବ ତାହାକୁ ନେଇ ନୂଆ ଚିନ୍ତା ଦେଖା ଦେଇଛି। ଏବେ ଦେଶରେ ପିଆଜ ଅମଳ ହେବ। କେତେକ ସ୍ଥାନରେ ଅମଳ ଆରମ୍ଭ ବି ହୋଇଗଲାଣି। ଏଣୁ ଆମଦାନୀ ଦ୍ରବ୍ୟ ରପ୍ତାନୀ ଲାଗି ବଳକା ହେବ ବୋଲି କୁହାଗଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.