କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଗ୍ରାହକ ଯେବେ ଚାହିଁବେ କିଣିଥିବା ଜିନିଷ ଫେରାଇ ପାରିବେ

Published By : Prameya-News7 Bureau | April 26, 2021 IST

କଟକ, ୨୬/୦୪: ଏଣିକି କେହି ଦୋକାନୀ କିମ୍ବା ବ୍ୟବସାୟୀ ଲେଖି ପାରିବେ ନାହିଁ No Exchange ଓ No Refund । ଗ୍ରାହକ ଯେବେ ଚାହିଁବେ କିଣିଥିବା ଜିନିଷ ଫେରସ୍ତ କରିପାରିବେ । ଗ୍ରାହକଙ୍କୁ ସମସ୍ତ ପ୍ରକାରର ସହାୟତା କରିବା ପାଇଁ ବ୍ୟବସାୟୀ ଓ ଦୋକାନୀ ବାଧ୍ୟ । କଟକ ଜିଲ୍ଲା କନ୍‌ଜ୍ୟୁମର୍‌ ଫୋରମ୍‌ରେ ଦାଖଲ ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ଫୋରମ୍‌ ।

ଖାଉଟି ସୁରକ୍ଷା ଆଇନ୍‌୧୯୮୬ର ଧାରା  ୧୪ ଓ ୧୯୯୯ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଜାରି ନୋଟିଫିକେଶନରେ ଏହା ଉଲ୍ଲେଖ ଅଛି । ଆଇନଜୀବୀ ଅରବିନ୍ଦ ପଟ୍ଟନାୟକଙ୍କ ଦ୍ଵାରା ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ କୋର୍ଟ ଏକ ସୋ ରୁମକୁ ଶାଢ଼ୀର ଦାମ ଫେରାଇବା ସହ ୪୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ମାମଲା ଖର୍ଚ୍ଚ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । କଟକ ଦୋଳମୁଣ୍ଡେଇର ଏକ ସୋ ରୁମରୁ ପାଟ ଶାଢ଼ୀ କିଣିଥିଲେ ଜଣେ ଆଇନଜୀବୀ । ପସନ୍ଦ ନହେବାରୁ ପରିବର୍ତ୍ତନ ପାଇଁ ଯାଇଥିଲେ ଆଇନଜୀବୀ । କିନ୍ତୁ ସୋ ରୁମ ଫେରସ୍ତ ନେବାକୁ ମନା କରିବାରୁ ସେ ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.