Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଯୋଗୁ ଭାରତରେ କମୁଛି ଉପଭୋକ୍ତାଙ୍କ ବିଶ୍ୱାସ, PCSI ସୂଚକାଙ୍କରେ ୬.୩ ପ୍ରତିଶତ ହ୍ରାସ

22/05/2021 at 5:02 PM

ନୂଆଦିଲ୍ଲୀ ୨୨।୫: ଦେଶରେ କୋଭିଡ ସଂକଟ ଓ ପରିସ୍ଥିତି ମୁକାବିଲା ଲାଗି ବିଭିନ୍ନ ରାଜ୍ୟରେ କଡା ଲକଡାଉନ  ମେ ମାସରେ ଖାଉଟିଙ୍କ ଭରସା ହ୍ରାସ ହୋଇଛି। ରିଫାଇନିଟିଭ-ଇପସୋସ୍‌ ପ୍ରାଇମେରୀ କଞ୍ଜ୍ୟୁମର ସେଣ୍ଟିମେଣ୍ଟ ଇଣ୍ଡେକ୍ସ (ପିସିଏସଆଇ) ଭାରତ ଲାଗି ମେ ମାସ ନିମନ୍ତେ ରିପୋର୍ଟ ଜାରି  ହୋଇଛି। ଏଥିରେ କୋଭିଡ-୧୯ ଆଶଙ୍କା ମଧ୍ୟରେ ଏପ୍ରିଲ ୨୦୨୧ରେ ୬.୩ ପ୍ରତିଶତର ଦ୍ରୁତ ହ୍ରାସ ଦେଖାଯାଇଛି। ଏଥିରେ ସବୁ ଉପ ସୂଚକାଙ୍କ ହ୍ରାସ ହେବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ପିସିଏସଆଇ ଏମ୍ପ୍ଲଏମେଣ୍ଟ କନଫିଡେନ୍ସ ସବ ଇଣ୍ଡେକ୍ସରେ ୪.୭ ପ୍ରତିଶତ ହ୍ରାସ ଦେଖା ଦେଇଥିବା ବେଳେ ଲୋକଙ୍କ କରେଣ୍ଟ ପର୍ସନାଲ ଫାଇନାନ୍ସିଆଲ କଣ୍ଡିସନ ସବ୍ ଇଣ୍ଡେକ୍ସରେ ୯.୦ହ୍ରାସ ହୋଇଛି। ସେହିପରି ଇନଭେଷ୍ଟମେଣ୍ଟ କ୍ଲାଇମେଟ୍ ସବ ଇଣ୍ଡେକ୍ସରେ ୮.୪ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଇକୋନମିକ ଏକ୍ସପେକ୍ଟେସନ୍ସ ସବଇଣ୍ଡେକ୍ସରେ ୪.୪ ପ୍ରତିଶତ ହ୍ରାସ ହୋଇଛି।

ଏଥିରେ ଗତବର୍ଷ ଦେଶରେ ଦେଖା ଦେଇଥିବା କରୋନା ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ତୀବ୍ର ଓ ଘାତକ ହୋଇଥିବା ପ୍ରମାଣିତ ହେଉଛି। ତେବେ ଆମେ କେବଳ ଆମ ସାମ୍ନାରେ ଦେଖାଯାଉଥିବା ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଏହାର ଭୀଷଣ ପ୍ରଭାବ ଦେଖୁଛେ। ହେଲେ ବ୍ୟବସ୍ଥାର ଅନ୍ୟ ଭିତ୍ତିଭୂମି ଉପରେ ଏହା କିପରି ପ୍ରଭାବ ପକାଇଛି ତାହା ପିସିଏସଆଇ  ସ୍ପଷ୍ଟ କରୁଛି।  ସୂଚକାଙ୍କରୁ ବ୍ୟକ୍ତିଗତ ବିତ୍ତ ସମେତ ଘରର ଦୈନନ୍ଦିନ ଖର୍ଚ୍ଚ ଓ ଭବିଷ୍ୟତ ଲାଗି ଲୋକଙ୍କ ସଞ୍ଚୟ ମଧ୍ୟ ପ୍ରଭାବିତ ହୋଇଥିବା ଏଥିରୁ ସୂଚିତ ହେଉଛି। 

ସେପଟେ ସରକାରଙ୍କ ସମସ୍ତ ଧ୍ୟାନ କେବଳ ଭୂତାଣୁ ଓ ଏଥିରୁ ଲୋକଙ୍କ ଜୀବନ ରକ୍ଷା ଉପରେ ଏବେ କେନ୍ଦ୍ରିତ ରହିଛି। ଏଣୁ ରାଜ୍ୟ ସରକାରମାନେ କଡ଼ାରୁ କଡ଼ା କଟକଣା ଲଗାଉଥିବା ବେଳେ ଲୋକେ ରୋଜଗାର ହରାଇବା ସହ ଅର୍ଥ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଥିବା ପିସିଏସଆଇ ସୂଚକାଙ୍କ ସୂଚାଇ ଦେଉଛି।  ତେବେ ବାସ୍ତବିକ ଏହା ଏକ କଠିନ ସମୟ, ଯେଉଁଥିରେ ଜୀବନ ଆଗରେ ଆଉ ସବୁ କିଛି ତୁଛ ହୋଇଯାଇଛି। ଏଣୁ ଏବେ ସମସ୍ତଙ୍କ ଧ୍ୟାନ ଜୁନ୍‌ ଉପରେ କେନ୍ଦ୍ରିତ ରହିଛି।  ଯଦି ଜୁନ ମାସରେ ସଂକ୍ରମଣ ହାର ହ୍ରାସ ନ ହୁଏ ଓ ଲକଡାଉନ ନହଟେ ତେବେ ପରିସ୍ଥିତି ଆଗକୁ ଅଧିକ ଜଟିଳ ହେବା ନିଶ୍ଚିତ ବୋଲି ସୂଚକାଙ୍କ ଚେତାଇ ଦେଉଛି।

   Related Posts