Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଗୁଡ ପକାଇ ସେବନ କରନ୍ତୁ : ସ୍ୱାସ୍ଥ୍ୟ ପାଇଁ ହିତକର, ମିଳିବ ଏହିସବୁ ଲାଭ

17/08/2020 at 8:18 PM

ଭୁବନେଶ୍ୱର ୧୭/୦୮ : ରାତିରେ ଶୋଇବା ପୂର୍ବରୁ ସ୍ୱାସ୍ଥ୍ୟକର ପାନୀୟ ସେବନ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି | ଡାଲଚିନି କ୍ଷୀର, ହଳଦୀ କ୍ଷୀର ଆଦି ସ୍ୱାସ୍ଥ୍ୟ ପାଇଁ ହିତକର | ଠିକ ସେହିଭଳି ଗୁଡ ପକା କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର | ଗୁଡ ପେଟ ପାଇଁ ହିତକର ବୋଲି କୁହାଯାଏ | ସକାଳୁ ଖାଲି ପେଟରେ ଉଷୁମ ପାଣିରେ ଟିକିଏ ଗୁଡ ପକେଇ ପିଇଲେ ଅନେକ ଲାଭ ମିଳିଥାଏ | ଚିନି ଖାଇଲେ ସୁଗାର ଲେଭଲ ବଢି ଯାଇଥାଏ କିନ୍ତୁ ଗୁଡ ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ | ଗୁଡରେ ପୋଷାକ ତତ୍ୱ ରହିଛି | ଗୁଡରେ କ୍ୟାଲସିୟମ, ଆୟରନ, ଫସଫରସ, ପୋଟାସିୟମ, ଜିଙ୍କ, ପ୍ରୋଟିନ, ଭିଟାମିନ-ବି ଆଦି ପ୍ରଚୁର ମାତ୍ରାରେ ରହିଛି | ପ୍ରତିଦିନ ଶୋଇବା ପୂର୍ବରୁ କ୍ଷୀରରେ ଗୁଡ ପକାଇ ପିଇଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ | ଗୁଡ ଶରୀରରେ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ |

. ପେଟ ପାଇଁ ରାମବାଣ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ଗୁଡ ପକାଇ ସେବନ କଲେ ପାଚନ କ୍ରିୟା ସୁସ୍ଥ ହୋଇଥାଏ ଏବଂ ଏହାସହ ପେଟ ସହ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ |

. ଗଣ୍ଠି ଯନ୍ତ୍ରଣାରେ ଲାଭଦାୟକ କ୍ଷୀରରେ ଗୁଡ ପକାଇ ସେବନ କଲେ ଗଣ୍ଠି ଯନ୍ତ୍ରଣାରୁ ଆଶ୍ବସ୍ତି ମିଳିଥାଏ | ବିଶେଷ କରି ଶୀତ ଦିନେ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ | ସେଥିପାଇଁ ଗୁଡ ମିଶା କ୍ଷୀର ସେବନ ଲାଭଦାୟୀ ପ୍ରମାଣିତ ହୋଇଥାଏ | 

. ମୋଟାପଣରୁ ମୁକ୍ତି କ୍ଷୀରରେ ଚିନି ବଦଳରେ ଗୁଡ ପକାଇ ସେବନ କଲେ ମୋଟାପଣ ଦୂର ହୋଇଥାଏ | ଗୁଡ ଅନେକ ତତ୍ୱ ରହିଛି ଯାହା ଫ୍ୟାଟ ବର୍ଣ କରିବାରେ ସାହାଯ୍ୟ କରିଥାଏ | ଏହା ମେଟାବଲିଜିମ ବଢାଇବାରେ ସାହାଯ୍ୟ କରିଥାଏ |

. ଶରୀରକୁ ଡିଟକ୍ସ କରିବାରେ ପ୍ରଭାବଶାଳୀ ଗୁଡ ଶରୀରରେ ଥିବା ଅଶୁଦ୍ଧତାକୁ ସଫା କରିଥାଏ | କ୍ଷୀର ଓ ଗୁଡ ସେବନ କଲେ ଅନେକ ପୋଷାକ ତତ୍ୱ ମଧ୍ୟ ମିଳିଥାଏ | ପ୍ରତିଦିନ ଉଷୁମ କ୍ଷୀର ଓ ଗୁଡ ସେବନ କଲେ ଶରୀର ଡିଟକ୍ସ ହୋଇଥାଏ |

. ମାସିକ ଋତୁସ୍ରାବ ଯନ୍ତ୍ରଣାରୁ ଆରାମ ଉଷୁମ କ୍ଷୀର ଓ ଗୁଡ ସେବନ କରିବା ଦ୍ୱାରା ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ |

   Related Posts