ମୋଟାପଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ ନିୟମିତ ଖାଲି ପେଟରେ ପିଅନ୍ତୁ ଲେମ୍ବୁ-ଗୁଡ ପାଣି

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬ /୧୧ : ୱାର୍କ ଫ୍ରମ ହୋମର ସବୁଠୁ ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଲୋକମାନଙ୍କ ମଧ୍ୟରେ ମେଦବହୁଳତା ବୋଲି ବିବେଚନା କରାଯାଏ । ଗୋଟିଏ ସ୍ଥାନରେ କାମ କରିବା ଏବଂ ସମୟ ଅଭାବ ହେତୁ ଲୋକଙ୍କ ମଧ୍ୟରେ ଚର୍ବି ସମସ୍ୟା ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ସମାନ ସମସ୍ୟା ଥାଏ ଓ ଆପଣ କୌଣସି ବ୍ୟାୟାମ ନକରି ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ ବିଳମ୍ବ ନକରି, ଖାଦ୍ୟଭ୍ୟାସରେ କିଛି ପରିବର୍ତ୍ତନ କରି ଓଜନ ହ୍ରାସ କରିପାରିବେ । ଲେମ୍ବୁ ଓ ଗୁଡରେ ତିଆରି ଏହି ସୁସ୍ଥ ପାନୀୟକୁ ନିଜ ଡାଏଟରେ ସାମିଲ କରନ୍ତୁ । ଏହି ପାନୀୟ ଆପଣଙ୍କର ଓଜନ କମାଇବାରେ ସାହାଯ୍ୟ କରିପାରିବ।

{"id":539523,"width":604,"height":453,"sizeSlug":"full","linkDestination":"none"}

କିପରି ତିଆରି କରିବେ-
ପ୍ରଥମେ ଉଷୁମ ପାଣିରେ ଏକ ଚାମଚ ଲେମ୍ବୁରସ ମିଶାନ୍ତୁ । ତାପରେ ଗୁଡ଼ର ଏକ ଛୋଟ ଖଣ୍ଡ ମିଶାଇ ଦିଅନ୍ତୁ । ଏହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ଚାମଚରେ ଗୋଳାନ୍ତୁ ଯେପରି ଲେମ୍ବୁରସ ଓ ଗୁଡ଼ ଭଲଭାବେ ମିଶିଯିବ । ତା ପରେ ଏହାକୁ ପିଅନ୍ତୁ ।

ଏହି ପାନୀୟକୁ ସବୁବେଳେ ସକାଳେ ଖାଲି ପେଟରେ ପିଇଲେ ଅଧିକ ଲାଭ ମିଳିବ। ଋତୁ ପରିବର୍ତ୍ତନକୁ ଲକ୍ଷ କରି ଆପଣ ଏଥିରେ ପୁଦିନା ମଧ୍ୟ ମିଶାଇ ପାରିବେ । ଏହି ପାନୀୟରେ ପୁଦିନା ବ୍ୟବହାର କରିବା ସ୍ୱାସ୍ଥ୍ୟ ଓ ସ୍ୱାଦ ପାଇଁ ଭଲ ଅଟେ । ଏହି ପାନୀୟ ତିଆରି କରିବା ସମୟରେ ଅଧିକ ଗୁଡ଼ ବ୍ୟବହାର କରନ୍ତୁ ନାହିଁ । ଅଧିକ ଗୁଡ଼ ପାନୀୟରେ ପକାଇଲେ ଏହାର ସ୍ୱାଦ ବିଗିଡି ଯିବ ।
(ଏହି ଆଲେଖ୍ୟଟି ଆପଣଙ୍କ ସୂଚନା ପାଇଁ, ଏହାକୁ ବ୍ୟବହାର କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.