ନିର୍ମ।ଣ ଶ୍ରମିକମାନଙ୍କୁ ସରକାରୀ ସହାୟତା ନାଁରେ ଟଙ୍କା ଠକେଇ ଅଭିଯୋଗ : ୨ ଗିରଫ

Published By : Prameya-News7 Bureau | August 26, 2019 IST

କଳାହାଣ୍ଡି ୨୬/୮:  ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗୋଲାମୁଣ୍ଡା,ନକଟିକାନୀ,ଝୁଲେନବନ୍ଦ,ତୁମରା ପ୍ରମୁଖ ୨୦ ରୁ ଉର୍ଦ୍ଦ ଗାଁରୁ ଶତାଧିକ ଶ୍ରମିକ ଠାରୁ ୩୦୦ ରୁ ୨୫୦୦ଟଙ୍କା ଆଦାୟ କରାଯାଇଛି । ଶ୍ରମ ବିଭାଗ କର୍ମଚାରୀ ପରିଚୟ ଦେଇ ଠକେଇ କରୁଥିବା ଅଭିରାମ ରଣା ଓ କୁନ୍ତି ମାଝୀକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ଜଣଙ୍କ ଠାରୁ ବହୁ ପରିମାଣର ଶ୍ରମ ବିଭାଗ ଫର୍ମ ଓ ବ୍ଲକର ଓ।ର୍କ ଅଡର ଜବତ କରାଯାଇଛି ।

{"id":149050}

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୫ହଜାର ଟଙ୍କା ,ସାଇକେଲ ପାଇଁ ୩୫୦ଟଙ୍କା ଆଦାୟ ଠକେଇ କରାଯାଇଛି । ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗୋଲାମୁଣ୍ଡା,ନକଟିକାନୀ,ଝୁଲେନବନ୍ଦ,ତୁମରା ପ୍ରମୁଖ ୨୦ ରୁ ଉର୍ଦ୍ଦ ଗାଁ ରୁ ଶତାଧିକ ଶ୍ରମିକ ଠାରୁ ୩୦୦ରୁ ୨୫୦୦ ଟଙ୍କା ଆଦାୟ କରାଯାଇଛି । ଗୋଲାମୁଣ୍ଡା ଅଚଂଳରେ ଟଙ୍କା ଆଦାୟ ବେଳେ ପୋଲିସ ନିକଟରେ ଅଭିଯୋଗ ପରେ ଠକେଇ ସାମ୍ନାକୁ ଆସିଛି । ନର୍ଲ। ଅଚଂଳର ଅଭିରାମ ରଣା ଓ କୁନ୍ତି ମାଝୀ କୁ ଶ୍ରମ ବିଭାଗ ର କର୍ମଚାରୀ ଦର୍ଶ।ଇ ଓ।ର୍କ ଅଡର ଦେଇ ଏହି ଟଙ୍କା ଆଦାୟ କରୁଥିଲେ । ପୋଲିସ ର ପ୍ରାଥମିକ ତଦନ୍ତରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଇଛି । ଉଭୟ ଅଭିରାମ ରଣା ଓ କୁନ୍ତି ମାଝୀ ଙ୍କୁ ଗିରଫ କରିବା ସହ ଠକେଇରେ ଅନ୍ୟ ଙ୍କ ସଂପୃକ୍ତି ନେଇ ତଦନ୍ତ ଜାରୀ ରହିଛି । ଗିରଫ ଦୁଇ ଜଣଙ୍କ ଠାରୁ ବହୁ ପରିମାଣର ଶ୍ରମ ବିଭାଗ ଫର୍ମ ଓ ବ୍ଲକ ର ଓ।ର୍କ ଅଡର ଜବତ ହୋଇଛି ।

{"id":149051}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.