Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପୁରା ବ୍ୟାଙ୍କକରେ ଦୃଶ୍ୟମାନ ହେଉଥିବା ବୁଦ୍ଧ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ, ଖର୍ଚ୍ଚ ହୋଇଛି ୧୬ ମିଲିୟନ ଡଲାର

22/06/2021 at 5:54 PM

ବ୍ୟାଙ୍କକ ୨୨/୦୬ : ଥାଇଲାଣ୍ଡରେ ନିର୍ମାଣ ହେଉଥିବା ୬୯ ମିଟର ଉଚ୍ଚତା (୨୩୦ ଫୁଟ) ବିଶିଷ୍ଟ ବୁଦ୍ଧ ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଯାହାର ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି। କରୋନା ମହାମାରୀ ଯୋଗୁଁ ଏହାର ଉଦଘାଟନ ବିଳମ୍ବ ହେଉଛି। ଉଦଘାଟନ ୨୦୨୨ ରେ ହୋଇପାରେ ବୋଲି ଅନୁମାନ କରାଯାଉଛି।

ବ୍ୟାଙ୍କକ୍ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା। ଚାଓ ଫ୍ରାୟା ନଦୀରୁ ପ୍ରବାହିତ କେନାଲ ଦ୍ୱାରା ସୃଷ୍ଟି ଏକ ଦ୍ୱୀପରେ ଏହା ଅବସ୍ଥିତ। ୨୦ ମହଲା ବିଶିଷ୍ଟ କୋଠା ଭଳି ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ୨୦୧୭ ରେ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା ଶେଷ ହେବା ଉଚିତ। କିନ୍ତୁ କରୋନା ମହାମାରୀ ଯୋଗୁଁ ସରକାରୀ ଉଦଘାଟନ ୨୦୨୨ କୁ ଘୁଞ୍ଚାଇ ଦିଆଯାଇଛି ବୋଲି ମନ୍ଦିର ମୁଖପାତ୍ର ପିସାନ୍ ସାଙ୍ଗକାପିନିଜ୍ କହିଛନ୍ତି।

ଏହି ବୁଦ୍ଧ ମୂର୍ତ୍ତି ତମ୍ବାରେ ନିର୍ମିତ ଏବଂ ଏଥିରେ ସୁନା ପାଣି ଦିଆଯାଇଛି। ଏକ ପଦ୍ମ ଉପରେ ବୁଦ୍ଧଙ୍କ ପ୍ରତିମା ନିର୍ମିତ ହୋଇଛି। ଏହି ମୂର୍ତ୍ତି ଏତେ ଉଚ୍ଚ ଯେ ରାଜଧାନୀ ବ୍ୟାଙ୍କକରୁ ଦୃଶ୍ୟମାନ ହେବ। ମୂର୍ତ୍ତି ନିର୍ମାଣରେ ୧୬ ମିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହି ପ୍ରତିମୂର୍ତ୍ତି ପୂର୍ବ ଅପେକ୍ଷା ମନ୍ଦିରକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଦ୍ୱିଗୁଣିତ କରିଛି ବୋଲି ମନ୍ଦିର ମୁଖପାତ୍ର କହିଛନ୍ତି। ଥାଇଲ୍ୟାଣ୍ଡର ସୀମା ପର୍ଯ୍ୟଟକଙ୍କ ପାଇଁ ପୁନଃ ଖୋଲିବା ପରେ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି।

ଥାଇଲ୍ୟାଣ୍ଡର ସବୁଠାରୁ ଉଚ୍ଚ ବୁଦ୍ଧ ପ୍ରତିମୂର୍ତ୍ତି ହେଉଛି ଅଙ୍ଗ ଥଙ୍ଗ ପ୍ରଦେଶର ଫ୍ରା ବୁଦ୍ଧ ମହା ନୱାମିନ୍ ପ୍ରତିମୂର୍ତ୍ତି ଯାହା ୯୨ ମିଟର ଉଚ୍ଚ ଅଟେ।

   Related Posts