ନିର୍ମାଣ ଶ୍ରମିକଙ୍କ ଝିଅ ଅବସ୍ଥି କ୍ରାକ୍ କଲେ UPSC

Published By : Prameya-News7 Bureau | October 24, 2021 IST

ଥିରୁବନନ୍ତପୁରମ୍ ୨୪/୧୦ : UPSC କ୍ରାକ କରିବା ଅନେକଙ୍କ ଜୀବନର ସ୍ୱପ୍ନ। କିନ୍ତୁ ଖୁବ୍ କମ୍ ଲୋକ ନିଜ ସ୍ୱପ୍ନ ସାକାର କରିପାରନ୍ତି। କେରଳର ଥିରୁବନନ୍ତପୁରମର ଜଣେ ନିର୍ମାଣ ଶ୍ରମିକଙ୍କ ଝିଅ ଅବସ୍ଥି ଏସ୍ ସରକାରୀ କର୍ମଚାରୀ ହେବାର ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି। ସେ UPSC ପରୀକ୍ଷା ୨୦୨୦ କୁ ପାସ କରି ୪୮୧ ରେଙ୍କ ହାସଲ କରିଛନ୍ତି। ସେ କହିଛନ୍ତି ଯେ ଗତ ୧୫ ବର୍ଷ ଧରି ତାଙ୍କର ସରକାରୀ କର୍ମଚାରୀ ହେବାର ମୋର ସ୍ୱପ୍ନ ଥିଲା। ଆଇଏଏସ ଅଧିକାରୀ ହେବା ତାଙ୍କ ସ୍ବପ୍ନ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ କହିଥିଲେ ଯେ ଜନସେବାରେ ଏକ ରୋମାଞ୍ଚକର ତଥା ସନ୍ତୋଷଜନକ କ୍ୟାରିଅର ସେମାନଙ୍କୁ ଅପେକ୍ଷା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.