ଭୁବନେଶ୍ବରରେ କନଷ୍ଟ୍ରକସନ୍ କମ୍ପାନୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ : ରୁମ୍‌ମେଟ୍ ଥାନାରେ ଅଟକ

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର ୨୨।୨: ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ କନଷ୍ଟ୍ରକସନ କମ୍ପାନୀ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦ୍ରାପଡା ବାଲିସୁଆଁର ଚିନ୍ମୟ ସ୍ବାଇଁ । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନ୍ ରେ ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାର ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ବାଲିସୁଆଁ ଅଞ୍ଚଳର ଚିନ୍ମୟ ସ୍ବାଇଁ ଭୁବନେଶ୍ବରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ କାମ କରୁଥିଲେ । ଫଳରେ ସେ ଭୁବନେଶ୍ବରରେ ରହୁଥିଲେ । ଶୁକ୍ରବାର ଦିନ ସେ ରହୁଥିବା ଘରୁ ଫ୍ୟାନ୍ ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଚିନ୍ମୟକୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଚିନ୍ମୟଙ୍କୁ ତାଙ୍କ ରୁମ୍ ହତ୍ୟା କରିଥିବା ଆଭିଯୋଗ ନେଇ ଇନଫୋସିଟି ଥାନାରେ ପରିବାରଲୋକ ମାମଲା ରୁଜୁ କରିଛନ୍ତି । ଥାନାରେ ମାମଲା ରୁଜୁ ହେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୋଲିସ । ଘଟଣାସ୍ଥଳରୁ ଚିନ୍ମୟଙ୍କ ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଘଟଣାରେ ଚିନ୍ମୟଙ୍କ ଜଣେ ରୁମମେଟ୍ କୁ ଅଟକ ରଖି ପଚରାଉଚରା କରୁଛି ପୋଲସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.