Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜଟଣୀ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ସମ୍ୱିଧାନ ଦିବସ ପାଳିତ, ଡକ୍ଟର ବିଆର୍‌ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

26/11/2021 at 9:35 PM

ଜଟଣୀ, ୨୬/୧୧: ଜଟଣୀ ସ୍ଥିତ ଗୋଡ଼ିପୁଟ ମାଟିଆପଡ଼ାର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଆନୁକୂଲ୍ୟରେ ୭୫ ତମ ସମ୍ୱିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ କୋଡ଼ିନେଟର ଡକ୍ଟର ବ୍ରଜ ନାରାୟଣ ପାତ୍ର ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପବିତ୍ର ମୋହନ ମିଶ୍ରଙ୍କ ଦ୍ୱାରା ମହାବିଦ୍ୟାଳୟର ପ୍ରାଙ୍ଗଣରେ ଡକ୍ଟର ବିଆର୍‌ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି ।

ଅଧ୍ୟାପକ କୁନମୟ ରଞ୍ଜନ ଶତପଥୀ ଓ ପୁଷ୍ପଲତା ପଣ୍ଡାଙ୍କ ପରେ ଦୁଇ ବାହିନୀର ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ସଭାପତିତ୍ୱ କରି ସମ୍ୱିଧାନର ନୀତି ନିୟମ ମାନିବା ସହିତ ଡକ୍ଟର ଆମ୍ୱେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ।  ଏଥିରେ ସମ୍ମାନିତ ଅତିଥି ଭାବେ ଡକ୍ଟର ତପନ କୁମାର ମିଶ୍ର ଓ ଏସ୍‌ବିଡି ମହାବିଦ୍ୟାଳୟର ଅଧ୍ୟାପିକା ସୌଭାଗିନୀ ବେହେରା ଯୋଗ ଦେଇଥିଲେ । ଶେଷରେ ଡକ୍ଟର ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  

   Related Posts