ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ନେଇ ସୁପ୍ରିମକୋର୍ଟରେ ଶୁଣାଣି, କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି

Published By : Prameya-News7 Bureau | August 28, 2019 IST

ନୂଆଦିଲ୍ଲୀ ୨୮୮:  ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ବିରୋଧରେ ହୋଇଥିବା ୧୪ଟି ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ଅକ୍ଟୋବର ପ୍ରଥମ ସପ୍ତାହରେ ମାମଲାର ଶୁଣାଣି ହେବ । ଶୁଣାଣି କରିବେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ।

ଏହା ସହ କୋର୍ଟ ଜାମ୍ମୁ କାଶ୍ମୀରରେ ମିଡିଆର ସ୍ବାଧୀନତା ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏ ସଂପର୍କରେ ଆସନ୍ତା ୭ ଦିନ ମଧ୍ୟରେ ଜବାବ ଦେବାକୁ କହିଛନ୍ତି କୋର୍ଟ ।

ସେହିଭଳି ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କୁ କାଶ୍ମୀର ଯିବାକୁ ଅନୁମିତ ମିଳିଛି । ୟେଚୁରୀ କେବଳ ତାଙ୍କ ବନ୍ଧୁଙ୍କୁ ସେଠାରେ ଭେଟି ପାରିବେ । ଅନ୍ୟକୌଣସି ରାଜନୈତିକ କାର୍ଯ୍ୟକଳାପ କରିପାରିବେନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ନେଇ ବିବାଦ ଲାଗି ରହିଛି । ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲେ ହେଁ ଏବେ ବି ଜମ୍ମୁ-କଶ୍ମୀରରେ କଟକଣା ଜାରି ରହିଛି । କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ରୋକ ଲାଗିଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.