Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କେତୁର ନକ୍ଷତ୍ର ପରିବର୍ତ୍ତନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ

28/06/2021 at 8:57 PM

ଭୁବନେଶ୍ୱର ୨୮/୦୬ : ରାହୁ ଓ କେତୁକୁ ସବୁଠାରୁ ଅଶୁଭ ଗ୍ରହ ବୋଲି କୁହାଯାଏ। କେତୁ ବର୍ତ୍ତମାନ ବିଛା ରାଶିରେ ଅଛି। ଚଳିତ ବର୍ଷ କେତୁ ରାଶି ପରିବର୍ତ୍ତନ ନ କରି ନକ୍ଷତ୍ର ପରିବର୍ତ୍ତନ କରୁଛି। କେତୁ ଚଳିତ ମାସରେ ଅନୁରାଧା ନକ୍ଷତ୍ରକୁ ଆସିଛି। ଏହା ପୂର୍ବରୁ ଜ୍ୟୋଷ୍ଠା ନକ୍ଷତ୍ରରେ ଥିଲା। ଶନିଙ୍କ ଅନୁରାଧା ନକ୍ଷତ୍ରରେ କେତୁ ୮ ମାସ ଯାଏଁ ରହିବ। କେତୁର ନକ୍ଷତ୍ର ପରିବର୍ତ୍ତନ ଅନେକ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର କାରକ ହୋଇପାରେ। ଏହାଦ୍ୱାରା ବିଭିନ ରାଶିର ବ୍ୟକ୍ତିଙ୍କ ଚାକିରୀ ଓ ଧନ ଉପରେ ପ୍ରଭାବ ପଡିବ। ମିଥୁନ, କନ୍ୟା ଓ ମକର ରାଶିର ବ୍ୟକ୍ତିଙ୍କ ପାଇଁ କେତୁର ନକ୍ଷତ୍ର ପରିବର୍ତ୍ତନ ଶୁଭ ରହିବ। ଏହି ୩ ରାଶିର ବ୍ୟକ୍ତିଙ୍କୁ ଚାକିରୀ ଓ ବ୍ୟବସାୟରେ ଲାଭ ହେବ। ଅଟକି ରହିଥିବା କାମ ପୂରଣ ହେବ।

ମିଥୁନ – ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ କେତୁ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବାକୁ ଚାକିରୀରେ ସଫଳତା ପ୍ରାପ୍ତ ହେବ ଓ ଧନ ମାମଲାରେ ଲାଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଏହା ଭଲ ସମୟ। କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳ ହେବେ।

କନ୍ୟା – କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ କେତୁ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବାରୁ ଶୁଭ ଫଳ ପ୍ରାପ୍ତ ହେବ। ଚାକିରୀରେ କୌଣସି ମହତ୍ତ୍ୱପୂର୍ଣ୍ଣ ପଦବୀ ମିଳିବାର ସମ୍ଭାବନା ରହିଛି।

ମକର – ମକର ରାଶି ବ୍ୟକ୍ତିଙ୍କ ପାଇଁ କେତୁ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବା କୌଣସି ବରଦାନଠୁ କମ ନୁହେଁ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଚାକିରୀ ଓ ବ୍ୟବସାୟ ପାଇଁ ଶୁଭ ସମୟ।

   Related Posts