Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଫିଲ୍ମ କାହାଣୀ ହୋଇଗଲା ସତ ! କନେଷ୍ଟବଳ ପାଇଲେ IPS, ଟ୍ରେନିଂ ପରେ ହେବେ ଏସିପି

26/05/2021 at 10:03 PM

ନୂଆଦିଲ୍ଲୀ ୨୬/୫: ଫିଲ୍ମର କାହାଣୀ କେବଳ ମନୋରଞ୍ଜନ ପାଇଁ। କିନ୍ତୁ କିଛି ଷ୍ଟୋରୀ ଏମିତି ଥାଏ ଯାହା ରିୟଲ ଲାଇଫରେ ବି ଦେଖିବାକୁ ମିଳେ। ଏଥର ମଧ୍ୟ ଠିକ  ସେମିତି ହୋଇଛି । ଦିଲ୍ଲୀ ପୋଲିସକୁ ନେଇ ଆମାଜନ ପ୍ରାଇମରେ ପ୍ରସାରିତ ଏକ ଓ୍ବେବସିରିଜ୍‌ କାହାଣୀ ସତ ଜୀବନରେ ଦେଖିବାକୁ ମିଳିଛି । ୨୦୧୧ରେ ହେଡ୍‌ କନେଷ୍ଟବଲ ଭାବେ ଦିଲ୍ଳୀ ପୋଲିସରେ ଯୋଗ ଦେଇଥିବା ଫିରୋଜ ଆଲମ ୟୁପିଏସ୍‌ସି ପରୀକ୍ଷା ପାସ୍‌ କରି ଆଇପିଏସ୍‌ ପାଇବା ସହ ଦିଲ୍ଲୀ ପୋଲିସ୍‌ରେ ଏସିପି ଭାବେ ନିଯୁକ୍ତ ହୋଇଛନ୍ତି।

ଦିଲ୍ଲୀ ପୋଲିସ୍‌ରେ ଡିସିପି ଆଇପିଏସ୍‌ ହରେନ୍ଦ୍ର କୁମାର ସିଂହ କହିଛନ୍ତି, ଫିରୋଜ ଆଲମ ଦିଲ୍ଲୀ ପୋଲିରେ ଏସିପି ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି। ତାଙ୍କର ଟ୍ରେନିଂ ଆରମ୍ଭ ହୋଇଯାଇଛି। ଫିରୋଜ ଗତବର୍ଷ ୟୁପିଏସ୍‌ସି ପାସ କରିଥିଲେ ଏବଂ ସେତେବେଳେ ସେ ଦିଲ୍ଲୀ ପୋଲିସର ପିସିଆର ୟୁନିଟ୍‌ରେ କାର୍ଯ୍ୟ କରୁଥିଲେ। ସିଭିଲ ସେବା ପରୀକ୍ଷାରେ ତାଙ୍କୁ ୬୪୫ ରାଙ୍କ ମିଳିଥିଲା। ୟୁପିଏସସି କ୍ରାକ୍‌ କରିବା ପରେ ଫିରୋଜ୍‌ କହିଥିଲେ ସେ ତାଙ୍କର ବଡ଼ ଅଧିକାରୀଙ୍କୁ ଦେଖି ତାଙ୍କ ଭଳି ହେବାକୁ ଇଚ୍ଛା କରିଥିଲେ। ଚାକିରୀ ସାଙ୍ଗକୁ ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।

ଫିରୋଜ ୨୦୧୧ରେ ଦିଲ୍ଲୀ ପୋଲିସ୍‌ରେ କନେଷ୍ଟବଲ୍‌ ଭାବେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ଦ୍ବାଦଶ ଶ୍ରେଣୀ ପାସ୍‌ କରିଥିଲେ। ପରେ ସେ ଗ୍ରାଜୁଏସନ୍‌ ଏବଂ ପୋଷ୍ଟ ଗ୍ରାଜୁଏସନ୍‌ ପାସ କରିଛନ୍ତି। ଗ୍ରାଜୁଏସନ୍‌ ପରେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଥମ ଦୁଇ ଥର ଚେଷ୍ଟାରେ ସେ ପ୍ରିଲିମ୍‌ ମଧ୍ୟ କ୍ବାଲିଫାଏ କରିପାରିନଥିଲେ ।

କିନ୍ତୁ ଏହା ପରେ ସେ ଲଗାତାର ୪ ଥର ମେନ୍‌ ପରୀକ୍ଷା ଦେଇଥିଲେ । ଶେଷରେ ସେ କୃତକାର୍ଯ୍ୟ ହୋଇଛନ୍ତି । ଆମାଜନ୍‌ରେ ରିଲିଜ୍‌ ହୋଇଥିବା ଏକ ଓ୍ବେସିରିଜ୍‌ ‘ପାତାଲ ଲୋକ୍’ର ଷ୍ଟୋରୀ ଠିକ୍‌ ଏହିଭଳି । ଏଥିରେ ମୁଖ୍ୟ ଭୂମିକାରେ ଥିବା ଇନସପେକ୍ଟରଙ୍କ ସହଯୋଗୀ ପୋଲିସ କର୍ମୀଙ୍କ ତଳ ପୋଷ୍ଟରେ ଥିବା ଦେଖିବାକୁ ମିଳେ। ଏହା ସହ ସେ ୟୁପିଏସସି ପାଇଁ ପ୍ରସ୍ତୁତି କରନ୍ତି। ଶେଷରେ ସେ ଆଇପିଏସ୍‌ ଅଧିକାରୀ ହେଉଛନ୍ତି ।  

   Related Posts