Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଏମସି କର୍ମଚାରୀଙ୍କୁ ହାବିଲଦାର ପିସ୍ତଲ ଦେଖାଇବା ଘଟଣା : ଶାସକ ଦଳ ପୋଲିସକୁ ଗୁଣ୍ଡା କରିଛି କହିଲା ବିଜେପି

19/04/2019 at 6:17 PM

ଭୁବନେଶ୍ବର ୧୯|୪: ରାଜଧାନୀର ରାଜରାସ୍ତା ଉପରେ କମିସନରେଟ ପୋଲିସର ଦବଙ୍ଗଗିରି । ରାସ୍ତାରୋକ ହଟାଇବାକୁ ଯାଇ ଜଣେ ହାବିଦାର ଲୋକଙ୍କୁ ସର୍ଭିସ ପିସ୍ତଲ ଦେଖାଇଥିଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।

ହାବିଲଦାରଙ୍କ ଦବଙ୍ଗଗିରି।  ସିନେମା ଷ୍ଟାଇଲରେ ଲୋକଙ୍କ ଉପରକୁ ପିସ୍ତଲ ଦେଖାଇ ଡରାଉଛନ୍ତି ।  ସଫେଇ କର୍ମଚାରୀଙ୍କୁ ସଫା କରିଦେବାର ଧମକ । ଏ ଭଲି ଗଟଣା ଘଟିଛି ରାଜଧାନୀର ଜୟଦେବ ବିହାରରେ।  ବିଏମସି ସଫେଇ କର୍ମଚାରୀମାନେ ଦରମା ପାଇନଥିବାରୁ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ନୟାପଲ୍ଲୀର ୧୮ ନମ୍ବର ପିସିଆର ଘଟଣା ସ୍ଥଳରେ ପହଁଚିଥିଲା । ଆଉ ତାଭିତରୁ ବାହାରିପଡିଥିଲେ  ଦବଙ୍ଗ ହାବିଲଦାର  ଇଜାମୁଲ ଅହମଦ ।  ଲୋକଙ୍କୁ ପ୍ରଥମେ ରାସ୍ତା ଉପରୁ ଉଠିଯିବାକୁ ଧମକ ଦେଇଥିଲେ । ବିଏମସି କର୍ମଚାରୀମାନେ ଏକଥାକୁ ଭ଼କ୍ଷେପ ନକରିବାରୁ ହଠାତ ରାଗିଯାଇ ସର୍ଭିସ ପିସ୍ତଲ ଲୋକଙ୍କୁ ଦେଖାଇ ଡରାଇଥିଲେ ।

ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କାଳେ ବିଏମସିର ଗୁମର ପଦାରେ ପଡିଯିବ, ସେଥିପାଇଁ ସରକାର ପୋଲିସ ଲଗାଇ ଲୋକଙ୍କୁ ଘଉଡାଇବାକୁ ପ୍ରୟାସ କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି ।

ରାଜଧାନୀରେ ବଢିଚାଲିଥିବା ରାହାଜାନୀ ଓ ଲୁଟକୁ ନିୟନ୍ତ୍ରଣ କରିବା ଲାଗି ତାଲିମପ୍ରାପ୍ତ ପିସିଆର କର୍ମଚାରୀଙ୍କୁ ପିସ୍ତଲ ଦିଆଯାଇଛି। ଏବେ ହାବିଲଦାର ଇଜାମୁଲ ଏବେ ଲୋକଙ୍କୁ ସୁରକ୍ଷା କଣ ଦେବେ ଲୋକଙ୍କ ମୁଣ୍ଡରେ ପିସ୍ତଲ ଥୋଇଲେଣି।

   Related Posts