ହାଇକୋର୍ଟ ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ: ଛୁଟିରୁ ଫେରି ଆଜି ଜଏନ କରିଥିଲେ ଡ୍ୟୁଟି

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯ : ଦିଲ୍ଲୀ ହାଇକୋର୍ଟର ସୁରକ୍ଷାରେ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମୀ ଆତ୍ମହତ୍ୟା କରିଛନ୍ତି । ସେ ଜଣେ ଅର୍ଦ୍ଧ ସାମରିକ ବଳର କନେଷ୍ଟବଲ ଥିଲେ ବୋଲି ଜଣାପଡ଼ିଛି। କନେଷ୍ଟବଲ ଜଣକ ରାଜସ୍ଥାନ ଆର୍ମଡ କନଷ୍ଟେବୁଲେରିର କର୍ମଚାରୀ ଥିଲେ। କନେଷ୍ଟବଲ ଜଣଙ୍କ ଛୁଟିରେ ଯାଇଥିଲେ ଓ ଗୁରୁବାର ଦିନ ଡ୍ୟୁଟିକୁ ଫେରିଥିଲେ । କନେଷ୍ଟବଲ ଜଣଙ୍କର ଆତ୍ମହତ୍ୟାର କାରଣ ଏବେ ସୁଦ୍ଧା ଜଣା ପଡ଼ିନାହିଁ।

ଏହି ଘଟଣାରେ ଦିଲ୍ଲୀ ପୋଲିସର ନୂଆଦିଲ୍ଲୀ ଜିଲ୍ଲା ଡିସିପି ଦୀପକ ଯାଦବ କହିଛନ୍ତି ମୃତ କନେଷ୍ଟବଲ ଜଣଙ୍କ ଦିଲ୍ଲୀ ହାଇକୋର୍ଟ ସୁରକ୍ଷାରେ ମୃତୟନ ଥିବା ରାଜସ୍ଥାନ ଆର୍ମଡ କନଷ୍ଟେବୁଲେରି କର୍ମଚାରୀ । ତାଙ୍କ ନାମ ଟିଙ୍କୁ(୩୦)। ସେ ଆଜି ଡ୍ୟୁଟିରେ ଥିବାବେଳେ ନିଜ ସର୍ଭିସ ରାଇଫଲ୍ ରୁ ନିଜକୁ ଗୁଳି କରିଛନ୍ତି। ମୃତ କନେଷ୍ଟବଲ ଜଣକ କୋଟକାସିମ୍ ଅଲୱାର୍ କମ୍ପାନୀର ଜଣେ କର୍ମଚାରୀ ଥିଲେ। ଆଜି ସକାଳେ ସେ ଛୁଟିରୁ ଘରୁ ଆସି ଡ୍ୟୁଟିରେ ଯୋଗ ଦେଇଥିଲେ। ପାଖାପାଖି ୯:୩୦ ବେଳେ ସେ ଡ୍ୟୁଟିକୁ ଆସିଥିଲେ।

ସୂଚନା ମୁତାବକ କନେଷ୍ଟବଳ ଯେଉଁ ସର୍ଭିସ ରାଇଫଲରୁ ନିଜକୁ ହତ୍ୟା କରିଛନ୍ତି ଏହା ଇନସାସ ରାଇଫଲ ବୋଲି ଜଣାପଡ଼ିଛି। ସେ ହାଇକୋର୍ଟର ୩ନମ୍ବର ଗେଟ୍ ନିକଟରେ ନିଜକୁ ଗୁଳି କରିଛନ୍ତି। ଦିଲ୍ଲୀ ପୋଲିସ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.