‘ଭାଇ ବାହାଘରକୁ ନଗଲେ ଭଲ ହେବନି’: ଛୁଟି ପାଇଁ କାରଣ ‘ସ୍ତ୍ରୀର ଭୟ’, କନେଷ୍ଟବଳଙ୍କ ଲିଭ୍ ଆପ୍ଲିକେସନ୍ ଭାଇରାଲ୍
9/12/2020 at 9:32 PM

ନୂଆଦିଲ୍ଲୀ ୦୯/୧୨: ଛୁଟି ମଞ୍ଜୁର ପାଇଁ ଦରଖାସ୍ତ। ସ୍କୁଲରେ ପଢ଼ିବା ବେଳେ ପ୍ରଧାନଶିକ୍ଷକଙ୍କୁ ଆଉ ଏବେ ନିଜର ଉପର ଅଧିକାରୀଙ୍କୁ ଲୋକେ ଛୁଟି ଦରଖାସ୍ତ ଦେଉଛନ୍ତି। ଛୁଟି ମଞ୍ଜୁର ପାଇଁ ଦିଆଯାଉଥିବା ଦରଖାସ୍ତରେ ଲୋକେ କେତେ ପ୍ରକାର ବାହାନା କରୁଥିବା ଦେଖିବାକୁ ମିଳେ। କେହି କେହି ବୁଲି ଯିବାକୁ ଆଉ କେହି ଅସୁସ୍ଥତା ପାଇଁ ଛୁଟି ମାଗିଥାନ୍ତି।
କିନ୍ତୁ ଏମିତି ଏକ ଛୁଟି ଦରଖାସ୍ତ (ଆପ୍ଲିକେସନ୍) ଭାଇରାଲ୍ ହେଉଛି ଯାହା ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆବେଦନକାରୀ ନିଜ ସ୍ତ୍ରୀ ଭୟରେ ଛୁଟି ନୋବାକୁ ଚାହୁଁଥିବା ନିଜ ଆପ୍ଲିକେସନ୍ରେ ଉଲ୍ଲେଖ କରିଛନ୍ତି।
ଏଭଳି ଏକ ଛୁଟି ଦରଖାସ୍ତ ଲେଖିଛନ୍ତି ଭୋପାଳରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଦିଲ୍ଲୀପ କୁମାର ଅହିଓ୍ବାର। ନିଜ ଶଳାଙ୍କ ବାହାଘରରେ ସାମିଲ ହେବାକୁ ଇଚ୍ଛା ନଥିଲେ ବି ସ୍ତ୍ରୀଙ୍କ ଭୟରେ ସାମିଲ ହେବାକୁ ପଡ଼ୁଛି ବୋଲି କହି ଛୁଟି ଭିକ୍ଷା କରିଛନ୍ତି ଦିଲ୍ଳୀପ। ଦିଲ୍ଲୀପ ଦରଖାସ୍ତରେ ଲେଖିଛନ୍ତି, ‘ ସ୍ତ୍ରୀ କହିଲେ ଯଦି ମୁଁ ତାଙ୍କ ଭାଇ ବାହା ଘରରେ ଯୋଗ ନଦିଏ ତେବେ ପରିଣାମ କିଛି ଭଲ ହେବନି। ଡିସେମ୍ବର ୧୧ରେ ହେବାକୁ ଥିବା ବାହା ଘରରେ ଯୋଗ ନଦେଲେ ଭଲ ହେବନି କହିବା ସହ ସେ ମୋତେ ଧମକ ଦେଇଛନ୍ତି।’

ଡିଆଇଜି ମତରେ ତଳିଆ କର୍ମଚାରୀ ବିଭିନ୍ନ ବାହାନା କରି ଛୁଟି ନିଅନ୍ତି। କିନ୍ତୁ ଏହା ନିହାତି ନିଆରା ଉପାୟ ବୋଲି ଡିଆଇଜି କହିଛନ୍ତି। ଦିଲ୍ଲୀପଙ୍କ ଏହି ଦରଖାସ୍ତ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଏହାକୁ ନେଇ ଲୋକେ ବିଭିନ୍ନ ପତିକ୍ରିୟା ମଧ୍ୟ ଦେଉଛନ୍ତି।