ସାବାସ୍‌ ସଞ୍ଜୁଲତା, ଦୁର୍ଘଟଣା ପରେ ବି ଡ୍ୟୁଟିକୁ ଫେରିଲେ

Published By : Prameya-News7 Bureau | April 25, 2020 IST

ଦେବଗଡ ୨୫।୦୪: ହାର୍‌ ମାନିବୁ ନାହିଁ । ଯେପରି ଏହି ଶବ୍ଧକୁ ପ୍ରତିଜ୍ଞା ରୂପେ ପାଳନ କରୁଛନ୍ତି ପୋଲିସ ଅଫିସର । ଦେଶରେ କରୋନା ଜନିତ ଲକ୍‌ଡାଉନ୍‌ ଜାରି ରହିଛି । ସମାଜର ସୁରକ୍ଷା ପାଇଁ ପୋଲିସ ବାହିନୀ ନିଜକୁ ସମର୍ପି ଦେଇଛନ୍ତି । ଯେତେ ବାଧା ବିଘ୍ନ ଆସିଲେ ବି ସେମାନେ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି । ଏବଂ ସମାଜକୁ ଏହି କରୋନା ରୂପୀ ରାକ୍ଷସ କବଳରୁ ରକ୍ଷା କରିବାରେ ଏକ ଯୋଦ୍ଧା ପାଲଟିଛନ୍ତି । ଏହିପରି କ୍ଷେତ୍ରରେ ଅନ୍ୟ ପାଇ ଉଦାହରଣ ପାଲଟିଛନ୍ତି ଦେବଗଡ ବାର୍‌କୋଟ ପୋଲିସ ଷ୍ଟେସନର ସଞ୍ଜୁଲତା ପାଟ୍ରା ।

wp:core-embed/twitter {"url":"https://twitter.com/spdeogarh/status/1253656564327575552","type":"rich","providerNameSlug":"twitter","className":""}
https://twitter.com/spdeogarh/status/1253656564327575552
/wp:core-embed/twitter

ବାରକୋଟ୍ ଥାନାର କନେଷ୍ଟବଳ ସଞ୍ଜୁକତା ପାଟ୍ରା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣାରେ ସଞ୍ଜୁଲତାଙ୍କ ମେରୁଦଣ୍ଡରେ ଆଘାତ ଏବଂ ଭଙ୍ଗା ପାଇଁ ଚିକିତ୍ସିତ ହେଉଥିଲେ । ମେଡିକାଲରେ କିଛି ଦିନ ଚିକିତ୍ସା ହେବା ପରେ ଗତ ୬ତାରିଖ ଦିନ ଡିସଚାର୍ଜ ହୋଇଥିଲେ । ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ | କିନ୍ତୁ ସଞ୍ଜୁଲତା ଜିଦ୍ ଧରି କରୋନା ଯୁଦ୍ଧାରେ ଯୋଦ୍ଧା ହୋଇ କାର୍ଯ୍ୟୟରେ ଯୋଗଦେଇଛନ୍ତି । ସଞ୍ଜୁଲତା COVID-19 ପରିଚାଳନାରେ ସାହାଯ୍ୟ କରିବା ପାଇଁ ଫେରିଛନ୍ତି କର୍ମକ୍ଷତ୍ରେକୁ । ମେଡିକାଲକୁ ଡିସଚାର୍ଜ ହେବାର ତିନିଦିନ ପରେ ମାନେ ୯ତାରିଖ ଦିନ ଆସି ପୋଲିସ ଷ୍ଟେସନରେ କାର୍ଯ୍ୟ ଆରମ୍ବ କରିଛନ୍ତି । ତେବେ ସଞ୍ଜୁଲତାଙ୍କ ଏପରି କାର୍ଯ୍ୟକୁ ଦେବଗଡ ଏସ୍‌ପି ନିଜେ ଟ୍ୱିଟ୍ କରିଛନ୍ତି । ଏବଂ ପ୍ରଂଶସା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.