Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କର୍ତ୍ତବ୍ୟ ପ୍ରତି ନିଷ୍ଠା: ଏକ ବର୍ଷର ଶିଶୁକୁ ଧରି ଟ୍ରାଫିକ ସମ୍ଭାଳୁଛନ୍ତି ପ୍ରିୟଙ୍କା, ଭିଡିଓ ଭାଇରାଲ୍…

7/03/2021 at 6:30 PM

ଚଣ୍ଡିଗଡ ୦୭।୦୩: ଆପଣମାନେ ଜାଣିଥିବେ ଏବଂ ଦେଖିଥିବେ ଯେ ସରକାରୀ କାର୍ଯ୍ୟାଳୟ ଏବଂ ଦପ୍ତରରେ ସରକାରୀ ବାବୁ ଓ କର୍ମଚାରୀଙ୍କ କର୍ତ୍ତବ୍ୟ ପ୍ରତି କେତେ ନିଷ୍ଠା ରହିଛି। କର୍ମଚାରୀଙ୍କ ଅବହେଳା କାରଣରୁ ହିଁ ଲୋକଙ୍କୁ ନାହିଁ ନଥିବାର ଅନେକ ଅସୁବିଧା ଭୋଗିବାକୁ ପଡିଥାଏ। କିନ୍ତୁ ଅନ୍ୟପକ୍ଷେ ଏମିତି ମଧ୍ୟ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟରୁ ବିଚ୍ୟୁତ୍ ହୁଅନ୍ତି ନାହିଁ। ନିଜ ଦାୟିତ୍ଵ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏମିତି ଜଣେ ମହିଳା କନଷ୍ଟେବଳ ଯିଏ ନିଜ କର୍ତ୍ତବ୍ୟ ସଂପାଦନ କରି ସଭିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିଜ କଅଁଳା ଶିଶୁକୁ କୋଳରେ ଧରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଚଣ୍ଡିଗଡ ସହରରେ।

ଶିଶୁକୁ ଧରି ଟ୍ରାଫିକ ସମ୍ଭାଳୁଥିବା ଚଣ୍ଡିଗଡ ଟ୍ରାଫିକ ପୋଲିସର ମହିଳା କନଷ୍ଟେବଲଙ୍କ ଏହି ଭିଡିଓ ସମସ୍ତଙ୍କୁ ପ୍ରେରିତ କରିଛି। ଶୁକ୍ରବାର ଚଣ୍ଡିଗଡର ଟ୍ରାଫିକର ପୋଲିସର ମହିଳା କନଷ୍ଟେବଲ ନିଜର ଏକ ବର୍ଷର ଶିଶୁକୁ କୋଳରେ ଧରି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି। ଏହି ଭିଡିଓ ଶୁକ୍ରବାର ପୂର୍ବାହ୍ନ ୧୧ଟାର। ଏହି ସମୟରେ ମହିଳା କନଷ୍ଟେବଲ ପ୍ରିୟଙ୍କା ଚଣ୍ଡିଗଡ ସେକ୍ଟରର ୧୫-୨୩ ଛକରେ ଡ୍ୟୁଟି କରୁଥିଲେ।

ପ୍ରିୟଙ୍କା କହିଛନ୍ତି, ମୋ ପୁଅ ଏବେ ଛୋଟ ଅଛି। ମୋ ବିନା ସେ ଘରେ ରହି ପାରେନି। ସର୍ବଦା ମୋ ସ୍ଵାମୀ କିମ୍ବା ପରିବାର ଲୋକ ଶିଶୁକୁ ନେଇ ମୋର ଡ୍ୟୁଟି ସ୍ଥାନକୁ ଚାଲି ଆସନ୍ତି। ମୁଁ ଶିଶୁକୁ କୋଳରେ ଧରି ନିଜର ଡ୍ୟୁଟି କରିଥାଏ। ଶିଶୁ କାନ୍ଦିଲେ କିଛି ସମୟ ତାଙ୍କୁ ଧରିଥାଏ। କିନ୍ତୁ କର୍ତ୍ତବ୍ୟରେ ତିଳେ ମାତ୍ରେ  ହେଳା କରେ ନାହିଁ ବୋଲି ସେ କହିଛନ୍ତି।

   Related Posts