ଡ୍ରେନ୍‌ରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | June 01, 2021 IST

କେନ୍ଦୁଝର,୦୧/୦୬:  ଡ୍ରେନ୍ ଭିତରୁ କନଷ୍ଟେବଳଙ୍କ  ମୃତଦେହ ଉଦ୍ଧାର । କେନ୍ଦୁଝର ସଦର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ୍ ଭିତରେ ଜଣେ କନେଷ୍ଟବଳଙ୍କର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ସକାଳେ ମୃତଦେହଟି ଡ୍ରେନ୍ ଭିତରେ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଖୋଦ୍ ଏସିଡିପିଓ ଓ ଥାନାର କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଚ୍ଛନ୍ତି ।

ମୃତକଙ୍କ ନାଁ ହେଉଛ ବିଶ୍ୱ ଭୂଷଣ ସେଠୀ ଓ ତାଙ୍କ ଘର ଫକିରୀପୁର ବୋଲି ପୋଲିସ କହିଛି । ତେଣୁ ମୃତ୍ୟୁର କାରଣ ଜଣା ପଡିନାହିଁ । ଏନେଇ ସଦର ଏସଡିପିଓ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି । ମୃତଦେହ ବ୍ୟବଛେଦ ରିପୋଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.