Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସୁରକ୍ଷାକର୍ମୀ ମୃତ

22/08/2018 at 3:50 AM

କାଶ୍ମୀରର କୁଲଗାମରେ କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତକ ହେଉଛନ୍ତି ଫୟାଜ ଅହମ୍ମଦ। ଇଦ୍ ଅବସରରେ ମସଜିଦରୁ ପ୍ରାର୍ଥନା କରି ଫେରୁଥିବାବେଳେ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ସେପଟେ ଗତକାଲି ରାତିରେ ଅପହରଣ କରାଯାଇଥିବା ବିଜେପି ନେତା ସବିର ଅହମ୍ମଦ ଭଟ୍ଟଙ୍କ କ୍ଷତବିକ୍ଷତ ମୃତ ଶରୀରକୁ ଆଜି ସକାଳେ ଉଦ୍ଧାର କରାଯାଇଛି। ଗତ ୪ ମାସ ଭିତରେ ଫୟାଜ ଚତୁର୍ଥ ପୋଲିସ କର୍ମଚାରୀଭାବେ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଛନ୍ତି।

   Related Posts