Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କନେଷ୍ଟବଳଙ୍କ ମହାନତା : ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଗୁରୁତରଙ୍କୁ ସ୍କୁଟିରେ ନେଲେ ମେଡିକାଲ, ପ୍ରଶଂସା କଲେ ଡିଜି ଓ ସାଂସଦ

29/01/2021 at 5:39 PM

ଭଦ୍ରକ ୨୯।୧: ରାସ୍ତାରେ ଯାଉଥିବା ବେଳେ ସାମ୍ନାରେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖିଲେ । ବିଳମ୍ବ ନକରି ନିଜ ସ୍କୁଟିରେ ବସାଇ ମେଡିକାଲରେ ଭର୍ତ୍ତି କଲେ । ଉଦ୍ଧାର ବେଳର ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏମିତିକି ସାଂସଦଙ୍କଠାରୁ ପୋଲିସ ଡିଜି ପର୍ଯ୍ୟନ୍ତ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି ଦିବ୍ୟଜ୍ୟୋତି ଓମକାର ଦାସ । ସେ କୌଣସି କାର୍ଯ୍ୟରେ ବନ୍ତ ଅଭିମୁଖେ ଯାଉଥିବା ବେଳେ ବନ୍ତ ଥାନା ଅନ୍ତର୍ଗତ ଛୟାଳସିଙ୍ଗ ନିକଟରେ ଦୁର୍ଘଟଣା ହୋଇଥିବା ଦେଖିଥିଲେ । ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବା ବେଳେ ଦିବ୍ୟଜ୍ୟୋତି ଦୁର୍ଘଟଣାରେ ଗୁରୁତର ରାନ୍ଧିଆ ଅଞ୍ଚଳର ସନ୍ତୋଷ ଜେନାଙ୍କୁ ନିଜ ସ୍କୁଟିରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଦିବ୍ୟଜ୍ୟୋତିଙ୍କ ପ୍ରଚେଷ୍ଟା ପରେ ବନ୍ତ ପୋଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡିକୁ ଜବତ କରିଛି ।

ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଭଦ୍ରକ ଏସପି ଚରଣ ସିଂ ମୀନା ଓ ସାଂସଦ ମଞ୍ଜୁଲତା ମଣ୍ଡଳ ଶୁଭେଚ୍ଛା ଜଣାଇଛନ୍ତି । ଏମିତି କି ପୋଲିସ ଡିଜି ଓ ଆଇପିଏସ ଅଫିସର ଅମିତାଭ ଠାକୁର ମଧ୍ୟ ଟ୍ବିଟ୍ ଯୋଗେ ଦିବ୍ୟଜ୍ୟୋତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts