ଅଜଣା ଗାଡି ଧକ୍କାରେ କନଷ୍ଟେବଳ ମୃତ

Published By : Prameya-News7 Bureau | December 18, 2018 IST

ସୁନ୍ଦରଗଡ ୧୮|୧୨:   ସୁନ୍ଦରଗଡ ସଦର ଥାନା କିରେଇରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଧିର ନାଏକ । ସେ ସୁନ୍ଦରଗଡରେ ପୋଲିସ କନଷ୍ଟେବଳ ଭାବେ କାମ କରୁଥିଲେ । ତାଙ୍କ ଘର ଲେଫ୍ରିପଡା ଥାନା ଆଳାପକା ଗାଁରେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.