ପୋଲିସ କନଷ୍ଟେବଲଙ୍କୁ ଗୋଡାଇ ଗୋଡାଇ ପିଟିଲେ, ଭିଡିଓ ଭାଇରାଲ ପରେ ବନ୍ଧା ହୋଇ ଜେଲ ଗଲେ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫/୦୪ : ନିକଟରେ ଦିଲ୍ଲୀରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମୀଙ୍କୁ କିଛି ଲୋକ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା । ଘଟଣାରେ କିଛି ମହିଳା ମଧ୍ୟ ସାମିଲ ଥିଲେ । ତେବେ ବର୍ତ୍ତମାନ ପୋଲିସ ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଦିଲ୍ଲୀର କ୍ଷାଲା ଅଞ୍ଚଳରେ କୌଣସି ଏକ କାରଣରୁ ଲୋକମାନେ ପିସିଆର ଭ୍ୟାନ୍‌କୁ ଫୋନ କରିଥିଲେ । କିଛି ସମୟ ମଧ୍ୟରେ ପୋଲିସ ଟିମ ସେଠାରେ ପହଞ୍ଚିଥିଲେ । ପୋଲିସ ଟିମ ସହିତ ଥିବା ଜଣେ ହେଡ୍‌ କନଷ୍ଟେବଲଙ୍କ ସହିତ ସ୍ଥାନୀୟ ଲୋକଙ୍କର ପାଟିତୁଣ୍ଡ ହୋଇଥିଲା । କିଛି ସମୟ ପରେ ଘଟଣା ଆହୁରି ଉଗ୍ର ହୋଇଥିଲା । ତେବେ ଘଟଣାସ୍ଥଳରୁ ଅନ୍ୟ ପୋଲିସମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ବେଳେ କନଷ୍ଟେବଲ ରାମ୍‌ ଲୋକଙ୍କ ଠାରୁ ବର୍ତ୍ତି ପାରିନଥିଲେ ।

wp:embed {"url":"https://twitter.com/itsparvezsagar/status/1382614783334129665","type":"rich","providerNameSlug":"twitter","responsive":true,"className":""}
https://twitter.com/itsparvezsagar/status/1382614783334129665
/wp:embed

ସ୍ଥାନୀୟ କିଛି ଲୋକ କନଷ୍ଟେବଲ ରାମ୍‌ଙ୍କୁ ନିସ୍ତୁକ ପିଟୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା । ଏହି ମାମଲାରେ ପୋଲିସ ନିଜଆଡୁ ଏକ​‌ କେସ୍‌ ରୁଜୁ କରି ୨ ଜଣ ମହିଳାଙ୍କ ସମେତ ୮ ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.