ଭୀଷଣ ବର୍ଷାରେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ କନଷ୍ଟେବଲ: ଗାଡି ଅଟକାଇ ସମ୍ମାନିତ କଲେ ଡିଆଇଜି

Published By : Prameya-News7 Bureau | September 09, 2020 IST

ପାଟନା ୦୯/୦୯ : ମଙ୍ଗଳବାର ଦିନ ପାଟନା ପୋଲିସର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି | ବର୍ଷାରେ ଛିଡା ହୋଇ ଡ୍ୟୁଟି କରୁଥିବା ଜଣେ ଯବାନଙ୍କୁ ଡ଼ିଆଇଜି ନିଜେ ଗାଡି ଅଟକାଇ ପୁରସ୍କୃତ କରିଥିଲେ | ପୁରସ୍କୃତ କରିବା ସହ ତାଙ୍କର ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ | ମଙ୍ଗଳବାର ଦିନ ଅପରାହ୍ନରେ ସହରରେ ଭୀଷଣ ବର୍ଷା ହୋଇଥିଲା | ବର୍ଷା ଯୋଗୁଁ ଟ୍ରାଫିକ ମଧ୍ୟ ମନ୍ଥର ହୋଇଯାଇଥିଲା | କିନ୍ତୁ ଲୋକଙ୍କୁ ଯେପରି କିଛି ଆସିବିଧା ନ ହେଉ ସେଥିପାଇଁ ଟ୍ରାଫିକ ପୋଲିସ ଯବାନ ବର୍ଷାରେ ଛିଡା ହୋଇ ନିଜ ଡ୍ୟୁଟି କରିଥିଲେ |

wp:core-embed/instagram {"url":"https://www.instagram.com/p/CE6JRJGHJzM/","type":"rich","providerNameSlug":"instagram","className":""}
https://www.instagram.com/p/CE6JRJGHJzM/
/wp:core-embed/instagram

ମାମଲା ପାଟନା ଗୋଲମ୍ବରର | ସିପାହୀ ଅଶୋକ କୁମାର ଡ୍ୟୁଟି କରୁଥିଲେ | ନା ତାଙ୍କୁ ଓଦା ହେବାର ଭୟ ଥିଲା ନା ସ୍ୱାସ୍ଥ୍ୟ ବିଗିଡ଼ିବା ନେଇ କୌଣସି ଚିନ୍ତା ଥିଲା | ଏହି ସମୟରେ ବିହାରର ବରିଷ୍ଠ ଆଇପିଏସ ଅଧିକାରୀ ବିକାଶ ବୈଭବ ଯିଏ ବର୍ତ୍ତମାନ ବିହାର ଏଟିଏସ ଡ଼ିଆଇଜି ଅଛନ୍ତି, ତାଙ୍କ ଗାଡି ସେହି ବାଟ ଦେଇ ଯାଇଥିଲା | ଏଥିକିବେଳେ ବର୍ଷାରେ ଛିଡା ହୋଇ ଡ୍ୟୁଟି କରୁଥିବା ଅଶୋକଙ୍କ ଉପରେ ତାଙ୍କର ନଜର ପଡିଥିଲା | ସେ ଗାଡି ରୋକି ନିଜ ଅଶୋକଙ୍କୁ ଡାକିବାକୁ ନିଜ ଅଙ୍ଗ ରକ୍ଷକଙ୍କୁ ପଠାଇଥିଲେ | ନିଜ ଦାୟିତ୍ୱ ପ୍ରତି ଅଗାଢ ପ୍ରେମ ଦେଖି ଅଶୋକଙ୍କ ଡ଼ିଆଇଜି ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ | ସେ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ସାହସ ମଧ୍ୟ ବଢାଇଥିଲେ | ତାଙ୍କ କାମରେ ପ୍ରସନ୍ନ ହୋଇ ସେ ଅଶୋକ କୁମାରଙ୍କୁ ୨୫୦୦ ଟଙ୍କା ପୁରସ୍କାର ଦେଇଥିଲେ ଓ ତାଙ୍କ ଠିକଣା ପଚାରିଥିଲେ | ଡ଼ିଆଇଜି ଏହି ସିପାହୀଙ୍କୁ ପ୍ରୋତ୍ସାହନ ପତ୍ର ମଧ୍ୟ ଦେଇଥିଲେ | ବିକାଶ ବୈଭବ ଏହି ଘଟଣାକୁ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ | ଡ଼ିଆଇଜିଙ୍କ ଠାରୁ ପୁରସ୍କୃତ ହୋଇଥିବା ଅଶୋକ କୁମାର ମଢେପୁରା ଜିଲ୍ଲା ପୋଲିସ କନେଷ୍ଟବଳ ଅଛନ୍ତି | ବର୍ତ୍ତମାନ ତାଙ୍କର ପୋଷ୍ଟିଙ୍ଗ ପାଟନା ଟ୍ରାଫିକ ପୋଲିସରେ ହୋଇଛି | ଡ଼ିଆଇଜି ବିକାଶ ବୈଭବଙ୍କ ଏହି କାର୍ଯ୍ୟକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ ପ୍ରଶଂସା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.