ନିମାପଡା ୧୭|୧୦: ପୁଣି ଖାକିରେ ଲାଗିଛି ଦାଗ । ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକ ମେଲିଙ୍ଗଭଳି ସଂଗୀନ ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ ହୋଇଛି । ପୁରୀ ଜିଲ୍ଲା ନିମାପଡା ଥାନାର କନେଷ୍ଟବଳ ଗଙ୍ଗାଧର ରାଉତକୁ ସତ୍ୟବାଦୀ ପୋଲିସ ଗିରଫ କରିଛି ।
{"id":170898}ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହିତ ଗଙ୍ଗାଧର ସମ୍ପର୍କ ସ୍ଥାପନ କରିବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସଂପୃକ୍ତ ମହିଳାଙ୍କୁ କନେଷ୍ଟେବଲ ବ୍ଲାକ ମେଲିଙ୍ଗ କରିବା ଅଭିଯୋଗ ମଧ୍ୟ ହୋଇଥିଲା । ପୁରୀ ଏସପି ଙ୍କର ପାଖରେ ଅଭିଯୋଗ ପରେ ଏସ ପି ଙ୍କର ନିର୍ଦେଶ କ୍ରମେ ଗଙ୍ଗାଧର ଙ୍କୁ ଗିରଫ କରିଛି ପୋଲିସ ।