Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ରକ୍ଷକ ଭକ୍ଷକ ହେଲେ- ବ୍ରାଉନସୁଗାର ସହ କନେଷ୍ଟବଳ ଗିରଫ, ଚଢୁଥିଲା ୫୦ ଲକ୍ଷ ଟଙ୍କିଆ ବାଇକ୍

14/11/2019 at 5:56 PM

ଭୁବନେଶ୍ୱର ୧୪।୧୧ – ୫୦ଲକ୍ଷ ଟଙ୍କାର ବାଇକ୍‌ ଧରି ବୁଲୁଥିବା ପୋଲିସ କନଷ୍ଟେବଳ ବନିଥିଲା  ବ୍ରାଉନସୁଗାର ମାଫିଆ । ୨୦ଗ୍ରାମ ବ୍ରାଉନସୁଗାର ସହ କମିଶନରେଟ୍‌ ପୋଲିସର କନ୍‌ଷ୍ଟେବଳ  ଜାନକୀ ବଲ୍ଲବ ଭାରିମଲକୁ ଗିରଫ କରିଛି କୁଇକ୍‌ ଆକ୍ସନ ଟିମ୍‌ । ନିଶା ମାଫିଆ ପୋଲିସକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା ।

ପୁଣି ଖାକି ବର୍ଦ୍ଦିରେ ଲାଗିଛି କଳାଦାଗ । ନିଶା ବେପାରୀଙ୍କୁ ଧରୁଥିବା ପୋଲିସ ଏବେ ନିଜେ ପାଲଟି ଯାଇଛି ନିଶା ମାଫିଆ । ଦାମୀ ଗାଡ଼ି ଧରି ବୁଲୁଥିବା  କନେଷ୍ଟବଳ ନିଶାବେପାରୀ। କମିଶନରେଟ୍‌ ପୋଲିସର ଜଣେ କନ୍‌ଷ୍ଟେବଳ ଜାନକୀ ବଲ୍ଲବ ଭାରିମଲ ।  ବୁଧବାର ରାତିରେ ଦେବରାଇ କଲେଜ୍‌ ସାମ୍ନାରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଜନକୀଙ୍କୁ ଧରିଛି କୁଇକ୍‌ ଆକ୍ସନ ଟିମ୍‌ । ଜାନକୀ ନିକଟରୁ ୨୦ଗ୍ରାମ୍‌ ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି ।

ଗିରଫ ହୋଇଥିବା କନ୍‌ଷ୍ଟେବଲ ଜାନକୀର ଇଏ ନୂଆ ଅପରାଧ ନୁହେଁ । ୨୦୦୫ରେ ଜାନକୀ ପ୍ରଥମେ ଏକ ହତ୍ୟା ଓ ଅପହରଣ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ୨୦୦୮ରେ ଖଣ୍ଡଗିରି ଥାନା ଅଂଚଳରେ ଗଣ୍ଡଗୋଳ କରି ଗିରଫ ହୋଇଥିଲା । ୨୦୧୮ ରେ ବାଇକଚୋରି ଘଟଣାରେ ମଧ୍ୟ ଜାନକୀ ଗିରଫ ହୋଇଥିଲା । ଏତେ ସବୁ କାଣ୍ଡ କାରଖାନା କରିଥିବା ଜାନକୀକୁ ଚାକିରିରୁ ବହିସ୍କାର କରା ଯାଇ ନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ବ୍ରାଉନ୍‌ ସୁଗାର ବେପାର ସହ ବିଭିନ୍ନ ଅପରାଧରେ ସାମିଲ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା ଜାନକୀ । ୫୦ଲକ୍ଷ ଟଙ୍କାର ବାଇକ୍‌ ଧରି ବୁଲୁଥିବା ଜାନକୀର ଲାଇଫ୍‌ ଷ୍ଟାଇଲ୍‌ ହିଁ ଏହାର ପ୍ରମାଣ । ପୋଲିସ ବିଭାଗରେ ଏଭଳି ଜଣେ କରିତ୍‌କର୍ମା କନ୍‌ଷ୍ଟେବଲଙ୍କ କାରସାଦିକୁ  କିଭଳି ବିଭାଗୀୟ ଅଧିକାରୀମାନେ ଜାଣି ପାରି ନଥିଲେ ତାକୁ ନେଇ ସୃଷ୍ଟି ହୋଇଛି ସଂଦେହ ।

ବାଲେଶ୍ବର ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ବ୍ରାଉନସୁଗାର ମାଫିଆଙ୍କୁ ଧରୁଥିବା ପୋଲିସ ପୂର୍ବରୁ ନିଜ ଡିପାର୍ଟମେଣ୍ଟର କନ୍‌ଷ୍ଟେବଲଙ୍କ କାରନାମାକୁ କେମିତି ଜାଣିପାରିନଥିଲା ତାହା ହିଁ ଏବେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।

   Related Posts