କରୋନାରେ କନଷ୍ଟେବଳଙ୍କ ମୃତ୍ୟୁ ପରେ ପତ୍ନୀ ଏବଂ ପୁଅଙ୍କ ରିପୋର୍ଟ ଆସିଲା ପଜିଟିଭ୍, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୯।୫ : କରୋନା ଭାଇରସ୍ ଯୋଗୁଁ ଦିଲ୍ଲୀରେ ପୋଲିସ କନଷ୍ଟେବଳ ଅମିତ ରାଣାଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ଉଭୟଙ୍କୁ ସୋନିକତ PGIରେ ଭର୍ତ୍ତି କରାଯାଇଛି । କନଷ୍ଟେବଳ ଅମିତଙ୍କ ପରିବାର ହରିୟାଣାର ସୋନିପତରେ ରୁହନ୍ତି । କନଷ୍ଟେବଳଙ୍କ ମୃତ୍ୟୁ ପରେ ସେ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଅମିତ ଭାରତନଗର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ମୃତ୍ୟୁ ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ପିଜିଟିଭ୍ ଆସିଥିଲା ।

{"id":266958,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୩୨ ବର୍ଷ ବୟସ୍କ କନଷ୍ଟେବଳ ଅମିତଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ସୋମବାର ରାତିରେ ଜ୍ବର ହୋଇଥିବା ସେ ଅଭିଯୋଗ କରିଥିଲେ । ଏହାପରେ ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ ଏବଂ କରୋନା ପରୀକ୍ଷା ମଧ୍ୟ କରିଥିଲେ । ମଙ୍ଗଳବାର ତାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା । ଅବସ୍ଥା ଆହୁରି ଖରାପ ହୋଇଯିବା ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅମିତଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।

{"id":266959,"sizeSlug":"large"}

ପ୍ରଥମରୁ ତାଙ୍କର କରୋନାର କୌଣସି ଲକ୍ଷଣ ନଥିଲା । କିନ୍ତୁ ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ପୋଲିସ କହିଛି ଯେ ଅମିତଙ୍କ ନମୁନା ନିଆଯାଇଛି, ଯାହାର ରିପୋର୍ଟ ବର୍ତ୍ତମାନ ପଜିଟିଭ୍ ଆସିଛି।

{"id":266960,"sizeSlug":"large"}

ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୪ ଘଣ୍ଟା ମଧ୍ୟରେ ୩୩୮ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.