ଥାନାରେ କନଷ୍ଟେବଳଙ୍କ ଦବଙ୍ଗଗିରି : ଜମି କିଣା ବିକା ମାମଲାକୁ କେନ୍ଦ୍ରକରି ମହିଳାଙ୍କୁ ଧମକ ଅଭିଯୋଗ
17/07/2019 at 9:19 AM

ବଲାଙ୍ଗିର ୧୭|୭: ବଲାଙ୍ଗିର ଟାଉନ ଥାନାରେ କନଷ୍ଟେବଳଙ୍କ ଦବଙ୍ଗଗିରି । ଥାନା ଭିତରେ ଜମି କାରବାର । ବଲାଙ୍ଗିର ଟାଉନ ଥାନା କନେଷ୍ଟବଳ ଅଞ୍ଜନ ପ୍ରଧାନ ଜମି କିଣା ବିକା ମାମଲାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି ।

ମହିଳାଙ୍କଠାରୁ ଜମି ଷ୍ଟାମ୍ପ ପେପର ଛଡାଇ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିବା ବେଳେ ଘଟଣା ସମ୍ପର୍କରେ ଜାଣିପାରି ମହିଳାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସମ୍ପୃକ୍ତ କନଷ୍ଟେବଲ । ମହିଳାଙ୍କ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ କନଷ୍ଟେବଲଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।

କନେଷ୍ଟବଳ ଅଞ୍ଜନ ପ୍ରଧାନ ଗାନ୍ଧିନଗର ପଡାରେ ରହୁଥିବା ଭୁବନେଶ୍ୱରି ବେହେରାଙ୍କ ପୈତୃକ ଜମି ଭାଗ ପାଇ ଥିବା ବେଳେ ତାକୁ ବିକିବା ପାଇଁ ସହମତି ଥିବା କହି ଗୋଟିଏ ଷ୍ଟାମ୍ପ ପେପରରେ ଦସ୍ତଖତ ଥାନା ଭିତରେ ନେଉଥିଲେ । ତାହା ଜାଣିବା ପରେ ମହିଳା ପେପର ମାଗି ବାହାରକୁ ଆସିବା ବେଳେ ଅଞ୍ଜନ ତାଙ୍କ ଠାରୁ ପେପର ଛଡାଇ ଥିଲା । ସେ ସମୟରେ ଥାନା ବାହାରକୁ ଆସିବା ବେଳେ ମହିଳା କୁ ଜବରଦସ୍ତି ପେପର ଲୁଟିବା ବେଳେ ମାଡ ମାରିଥିଲେ ଲୋକେ ।