Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଭାରତରେ କରୋନା ବଢାଇବାକୁ ଷଡଯନ୍ତ୍ର, ନେପାଳ ସୀମାରୁ ପଠାଗଲା ୪୦-୫୦ ସଂକ୍ରମିତ ସନ୍ଦିଗ୍ଧ

10/04/2020 at 3:01 PM

ବେତିଆ/ପାଟନା ୧୦।୦୪: ବିଶ୍ଵ ମହାମାରୀ କରୋନା ଭାଇରସକୁ ଭାରତରେ ବ୍ୟାପିବାକୁ ରୋକିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କିଛି ଲୋକ ଏହି ପ୍ରୟାସକୁ ବିଫଳ କରିବାକୁ ଜୁଟିଛନ୍ତି। ପଶ୍ଚିମ ଚମ୍ପାରଣର ଜିଲ୍ଲାଧିକାରୀ କୁନ୍ଦନ କୁମାରଙ୍କ ଚିଠି ସାମ୍ନାକୁ ଆସିବା ପରେ ବଡ ଖୁଲାସା ହୋଇଛି ଯେ, ସୀମା ପାରରୁ କିଛି ଲୋକ ଭାରତ ଓ ବିଶେଷ କରି ବିହାରରେ ରଣନୀତି ଆଧାରରେ କରୋନା ଭାଇରସ୍ ସଂକ୍ରମଣ ପ୍ରସାର କରିବାକୁ ଚାହାନ୍ତି।

ସାମ୍ନାକୁ ଆସିଥିବା ଚିଠି ଜରିଆରେ ପୋଲିସ ଅଧୀକ୍ଷକଙ୍କ ଜରିଆରେ ଜିଲ୍ଲାଧିକାରୀ ସୀମା ସୁରକ୍ଷା ବଳର ୪୭ତମ ବାହିନୀ ବାଟାଲିୟନକୁ ସୂଚିତ କରିଛନ୍ତି ଯେ, ସୀମାରେ କରୋନା ସଂକ୍ରମିତ ସନ୍ଦିଗ୍ଧଙ୍କୁ ଭାରତରେ ଅନୁପ୍ରବେଶ କରାଯାଇଛି। ଚିଠି ଅନୁଯାୟୀ, ୪୦ ରୁ ୫୦ କରୋନା ସନ୍ଦିଗ୍ଧକୁ ଭାରତରେ ପ୍ରବେଶ କରାଯାଇଛି। ଏହି ଲୋକଙ୍କ ଉଦ୍ଦେଶ୍ୟରେ ଭାରତରେ କରୋନା ପ୍ରକୋପକୁ ବଢାଇବା।

ଚିଠି ଅନୁଯାୟୀ ଭାରତରେ ପଶି ସାରିଥିବା ସମସ୍ତ କରୋନା ସନ୍ଦିଗ୍ଧ ମୁସଲିମ। ଏହି ଲୋକଙ୍କୁ ଜାଲିମ ମୁଖିଆ ନାମ ଜଣେ ବ୍ୟକ୍ତି ଭାରତରେ ପ୍ରବେଶ କରାଇଛି। ଜାମିଲ ମୁଖିଆ ଅସ୍ତ୍ର ଶସ୍ତ୍ରର ତସ୍କର ଅଟେ। ସେ ନେପାଳର ପାରସା ଜିଲ୍ଲା ସେରବା ଥାନା ଅନ୍ତର୍ଗତ ଜଗ୍ରନାଥପୁର ଗାଁରେ ରହେ।

ଜାଲିମ ମୁଖିଆର ଏକ ରଣନୀତି ଅନୁଯାୟୀ କରୋନା ସନ୍ଦିଗ୍ଧଙ୍କୁ ନେପାଳ ସୀମା ରାସ୍ତାରେ ଭାରତରେ ପ୍ରବେଶ କରାଯାଇଛି। ପତ୍ରରେ ଜିଲ୍ଲାଧିକାରୀ  ସୀମା ସୁରକ୍ଷାକର୍ମୀଙ୍କ ଅନୁରୋଧ କରିଛନ୍ତି ଯେ, ସେମାନେ ସୀମାରେ ସୁରକ୍ଷା ଆହୁରି କଡାକଡି କରନ୍ତୁ। ଏହା ସହିତ କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖନ୍ତୁ।

ବେତିଆର  ଜିଲ୍ଲାପାଳଙ୍କ ପତ୍ର ସାମ୍ନାକୁ ଆସିବା ପରେ ଗୃହ ସଚିବ ଅମିର ସୁବାନୀ କହିଛନ୍ତି ଯେ, ସମସ୍ତ ଦିଗ ଉପରେ ତଦନ୍ତ କରାଯାଉଛି। ଗୃହ ମନ୍ତ୍ରଣାଳୟକୁ ଏହି  ସୂଚନା ଦିଆଯାଇଛି। ଆମିର ସୁବହାନୀ କହିଛନ୍ତି ଯେ, କାହାକୁ ବି ପଶିବାକୁ ଦିଆଯିବ ନାହିଁ। ନିଜର ଅଧିକାରୀଙ୍କୁ ଆଲର୍ଟ କରି ଦିଆଯାଇଛି। ଏବେ ସୂଚନା ମିଳିଛି ଯେ, ସନ୍ଦିଗ୍ଧ ପଶି ନାହାନ୍ତି ସେହି ଫିରାକରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନରେ ବିହାରରେ ଅଚାନକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଦ୍ୟାବଧି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦କୁ ବୃ୍ଦ୍ଧି ଘଟିଛି। ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବେତିଆ ଜିଲ୍ଲାପାଳଙ୍କ ପତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ପ୍ରଶାସନିକ ମହଲରେ ଚହଳ ପଡି ଯାଇଛି।

   Related Posts