ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୦୧: କରୋନା ବିରୋଧରେ ଭାରତ ଲଗାତର ଭାବେ ଲଢେଇ ଜାରି ରଖିଛି । ଭାରତରେ ନିର୍ମିତ ୨ଟି ଭାକ୍‌ସିନ୍‌ର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଯାହାପରେ ଦେଶରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଜାରି ରହିଛି । ଏଭଳି ସ୍ଥିତିରେ ଭାରତ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ଦେଶମାନଙ୍କୁ ମଧ୍ୟ ଭାକ୍‌ସିନ୍‌ ଯୋଗାଇଛି। କରୋନା ଭାଇରସ୍‌ରେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶମାନଙ୍କୁ ଭାରତ ଏବେ କରୋନା ଭାକ୍‌ସିନ୍‌ ଯୋଗାଣ କରୁଛି ।

wp:html /wp:html

ଏହିପରିପେକ୍ଷୀରେ ଭାରତ ଆଜି ବାହାରିନ୍‌ ଓ ଶ୍ରୀଲଙ୍କାକୁ କରୋନା ଭାଇରସ ପ୍ରଥମ ପର୍ଯ୍ୟାୟ ଯୋଗାଣ  କରିଛି । ସିର୍‌ମ ଇନଷ୍ଟୁଚ୍ୟୁଟ  ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ଼ ଟିକା ଏହି ଦେଶକୁ ପଠାଯାଇଛି । ମୁମ୍ବାଇ ବିମାନବନ୍ଦରରୁ ଶ୍ରୀଲଙ୍କ ରାଜଧାନୀ କଲୋମ୍ବା ଓ ବାହାରିନ୍‌କୁ ପଠାଯାଇଛି । କୋଭିସିଲ୍ଡ ଟିକାର ବଡ଼ ବଡ଼ ବାକ୍ସ ଏହି ୨ ଦେଶକୁ ପଠାଯାଇଛି । ଏଭଳି କଠିନ ପରିସ୍ତିତିରେ ଭାରତ ଲଗାତର ଭାବେ ଅନ୍ୟଦେଶମାନଙ୍କୁ ସହଯୋଗ କରିଆସୁଛି ।

ସେହିପରି ଏହାପୂର୍ବରୁ ଭାରତ ବାଂଲାଦେଶ, ବ୍ରାଜିଲ , ନେପାଳ, ଭୂଟାନ ପରି ଅନେକ ଦେଶକୁ କରୋନା ଭାକସିନ୍‌ ଯୋଗାଇଛି । ଏହି ସବୁ ଦେଶକୁ ସେରମ୍‌ ଇନ୍‌ଷ୍ଟୁଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଭାକ୍‌ସିନ୍‌ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.