ଯଦି ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତା'ହେଲେ ବର୍ବାଦ ହୋଇଯିବ ଅଧା ଦୁନିଆ: ସପ୍ତାହେ ମଧ୍ୟରେ ପ୍ରାଣ ହରାଇବେ ୨ କୋଟିରୁ ଅଧିକ

Published By : Prameya-News7 Bureau | February 28, 2019 IST

ଦିଲ୍ଲୀ ୨୮/୨ : ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି | ପୁଲବାମା ଘଟଣା ପରେ ଦେଶରେ ଆକ୍ରୋଶର ମାହୋଲ ଦେଖା ଦେଇଥିଲା | ପୁଲବାମା ଘଟଣାର ଠିକ ୧୨ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଵାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା | ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ | ଏହାପରେ ଉଭୟ ଦେଶରେ ଉତ୍ତେଜନା ଲାଗି ରହିଛି |

ଗତକାଲି ପାକିସ୍ତାନ ସେନା ଭାରତୀୟ ବାୟୁସେନାର ଦୁଇଟି ଏୟାର କ୍ରାଫ୍ଟ ଧ୍ବଂସ କରିଥିଲା | ଏଥିରେ ଭାରତର ଜଣେ ପାଇଲଟ, ଅଭିନନ୍ଦନ ପାକିସ୍ତାନ କବଜାରେ ଅଛନ୍ତି | ଉଭୟ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାର ପରିଣତି ଭୟନକାର ହେବାର ଆଶଙ୍କା କରାଯାଉଛି | ଉଭୟ ଦେଶ ଯୁଦ୍ଧ ପରିସ୍ଥିତିକୁ ଓହ୍ଲାଇ ଆସିଛନ୍ତି |

{"id":89363}

ତେବେ ଯଦି ବର୍ତ୍ତମାନ ପରିସ୍ଥିତିରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତା'ହେଲେ ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ | ଯଦି ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ଆରମ୍ଭ ହୁଏ ତା'ହେଲେ ସ୍ଥିତି ବହୁତ ଭୟଙ୍କର ହୋଇଯିବ | ଗୋଟିଏ ସପ୍ତାହ ମଧ୍ୟରେ ହିଁ ୨ କୋଟି ୧୦ ଲକ୍ଷ ଲୋକଙ୍କ ଜୀବନ ଚାଲିଯିବ | ଅଧାରୁ ଅଧିକ ଲୋକ ପରମାଣୁ ବୋମାର ପ୍ରଭାବରେ କ୍ଷତିଗ୍ରସ୍ତ ହେବେ |

ଆଉ ଯେଉଁମାନେ ବଞ୍ଚିଯିବେ ସେମାନେ ପରମାଣୁ ବୋମାର ରେଡ଼ିଏସନରେ ମୃତ୍ୟୁବରଣ କରିବେ | ପୃଥିବୀର ଓଜୋନ ସ୍ଥର ନଷ୍ଟ ହୋଇଯିବ | ଥଣ୍ଡା ଗରମ ପାଣିପାଗ ମଧ୍ୟ ନଷ୍ଟ ହୋଇଯିବ | ଦୁନିଆରୁ ଗଛଲତା ସବୁ ଜଳିପୋଡ଼ି ନଷ୍ଟ ହୋଇଯିବ | ଯାହାଫଳରେ ଦୁନିଆର ଅଧା ଲୋକ କେବଳ ଭୋକ ଓପାସରେ ହିଁ ପ୍ରାଣ ହରାଇବେ |

{"id":89364}

ଏବେ ପରିସ୍ଥିତି ଯାହା ହୋଇଛି ଯୁଦ୍ଧ ହେଲେ କ୍ଷତି କେବଳ ଭାରତ ପାକିସ୍ତାନର ହେବନାହିଁ | ବରଂ ଅଧା ଦୁନିଆ ଚାପରେ ରହିଛି | ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘୋଷଣା ହୁଏ ତା'ହେଲେ ଦୁଇ ଦେଶ ନିଜର ଅଧା ପରମାଣୁ ବୋମାର ବଟନ ଦବେଇଦେଲେ, ଭାରତ ଏବଂ ପାକିସ୍ତାନରେ ଗୋଟିଏ ଝଟକାରେ ୨ କୋଟି ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଯିବ | ଏହାର ପ୍ରଭାବ ବାକି ପଡୋଶୀ ଦେଶମାନଙ୍କ ଉପରେ ମଧ୍ୟ ଅନେକ ମାତ୍ରାରେ ପଡିବ |

ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି | ହିରୋସୀମା ନାଗାସାକିରେ ପକାଯାଇଥିବା ୧୫ କିଲୋ ଟନ ବୋମା ସହ ଏହି ବୋମା ସମାନ | ଏହି ବୋମା ପଡିବ କ୍ଷଣି ଏହାର ନିଆଁ, ଗରମ ଏବଂ ରେଡ଼ିଏସନରେ ଲୋକଙ୍କ ପ୍ରାଣହାନୀ ହେବ | ଏହାପରେ ଯେଉଁମାନେ ବଞ୍ଚିଯିବେ ତାଙ୍କ ପାଇଁ ମଧ୍ୟ ଜୀବନ ବଂଚିବା କଷ୍ଟକର ହୋଇପଡିବ |

{"id":89365}

ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହି ପରମାଣୁ ବୋମାର ରେଡ଼ିଏସନ ଯୋଗୁଁ ବାୟୁମଣ୍ଡଳ ଏବଂ ଓଜୋନ ସ୍ଥର ନଷ୍ଟ ହୋଇଯିବ | ବାୟୁମଣ୍ଡଳରୁ ସେହି ଗ୍ୟାସ ନଷ୍ଟ ହୋଇଯିବ ଯାହା ପାଣିପାଗରେ ପରିବର୍ତ୍ତନ ଆଣିଥାଏ | ଏଭଳି ସ୍ଥିତିରେ କେଉଁ କେଉଁ ଜାଗାରେ ଭୟଙ୍କର ଗରମ ହେବ ତ ଆଉ କେଉଁ ଜାଗାରେ ଭୟଙ୍କର ଥଣ୍ଡା ହେବ | ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବ |

ଗତ ୯ ବର୍ଷ ମଧ୍ୟରେ ଦେଶରେ ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ସାଧାରଣ ଜନତା, ପୋଲିସ, ଯବାନ ଏବଂ ସୁରକ୍ଷାକର୍ମୀଙ୍କ ମୋଟ ସଂଖ୍ୟାର ୨ ହଜାର ୨୨୧ ଗୁଣ ଅଧିକ ଲୋକ ପ୍ରାଣ ହରାଇବେ | ଏବେ ଆତଙ୍କବାଦୀ ଯେତିକି କ୍ଷତି ଘଟାଇଛନ୍ତି, ପରମାଣୁ ବୋମା ଦ୍ୱାରା କ୍ଷତି ୨ ହଜାର ଗୁଣ ଅଧିକ ହେବ | ୨୦୧୩ ମସିହାରେ ଭୌତିକ ବୈଜ୍ଞାନିକର ଆନ୍ତର୍ଜାତିକ ସଂଗଠନ ପରମାଣୁ ଯୁଦ୍ଧକୁ ରୋକିବା ପାଇଁ କରାଯାଇଥିବା ଅଧ୍ୟୟନରୁ ଏହି ସୂଚନା ଜାରି କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.